ସ୍ତ୍ରୀକୁ ଧ୍ୟାନ କଲେ, ଜୀବକୁ ସ୍ତ୍ରୀ ଜନ୍ମ ମିଳେ
ଯେଉଁ ପୁରୁଷ ଯୋଗର ପରମ ପଦରେ ଆରୂଢ଼ ହେବାକୁ ଚାହାନ୍ତି ଅଥବା ଯାହାଙ୍କର ମୋର ସେବା ପ୍ରଭାବରେ ଆତ୍ମା-ଅନାତ୍ମା ବିବେକ ଜାଗ୍ରତ ହୋଇଗଲାଣି, ସେ କଦାପି ସ୍ତ୍ରୀ ସଙ୍ଗ କରିବା ଉଚିତ ନୁହେଁ; କାରଣ ଏପରି ପୁରୁଷଙ୍କ ନିମନ୍ତେ ସ୍ତ୍ରୀକୁ ନରକର ଦ୍ଵାର ବୋଲି କୁହାଯାଏ ।
ଭଗବାନଙ୍କ ଦ୍ବାରା ସୃଷ୍ଟ ଏହି ସ୍ତ୍ରୀ ରୂପିଣୀ ମାୟା ଧୀରେ ଧୀରେ ସେବା ଆଦି କରିବା ଛଳରେ ପାଖକୁ ଚାଲିଆସେ; ତେଣୁ ସ୍ତ୍ରୀକୁ ଶୁଖୁଲା ଡାଳପତ୍ରରେ ଢାଙ୍କିହୋଇ ରହିଥିବା କୂଅ ପରି ନିଜର ମରଣ ବୋଲି ହିଁ ବୁଝିବାକୁ ପଡ଼ିବ |
ସ୍ତ୍ରୀ ପ୍ରତି ଆସକ୍ତ ହୋଇ ରହିଲେ ତଥା ଜୀବନର ଶେଷ କାଳରେ ସ୍ତ୍ରୀକୁ ଧ୍ୟାନ କଲେ, ଜୀବକୁ ସ୍ତ୍ରୀ ଜନ୍ମ ମିଳେ । ଏହି ରୂପେ ସ୍ତ୍ରୀ ଜନ୍ମ ପାଇଥିବା ଜୀବ ପୁରୁଷ ରୂପରେ ଦେଖାଯାଉଥିବା ମୋର ମାୟାକୁ ହିଁ ଧନ, ପୁତ୍ର ଓ ଗୃହ ଆଦି ଦେଉଥିବା ନିଜର ପ୍ରତି ବୋଲି ସ୍ବୀକାର କରେ ।
ବ୍ୟାଧର ଗୀତ ଯେପରି କାନକୁ ପ୍ରିୟ ଲାଗୁଥିଲେ ମଧ୍ୟ, ତାହା ବିଚାରୀ ସରଳ ବିଶ୍ଵାସ ହରିଣୀକୁ ଫାନ୍ଦରେ ପକାଇଦେଇ ତାର ସର୍ବନାଶର କାରଣ ହୋଇଯାଏ, ସେହି ପୁତ୍ର, ପତି ଓ ଗୃହ ଆଦିକୁ ସେହିପରି ବିଧାତାଙ୍କ ଦ୍ବାରା ରଚିତ ମୃତ୍ୟୁ ବିଧାନ ବୋଲି ହିଁ ସ୍ତ୍ରୀମାନେ ଜାଣିରଖିବା ଉଚିତ। ପୁରୁଷମାନଙ୍କୁ ଏପରି ମୃତ୍ୟୁ ରୂପରେ ଦେଖିଲେ, ସେମାନଙ୍କ ପ୍ରତି ଆସକ୍ତି ଜାତ ହେବ ନାହିଁ |
No comments:
Post a Comment