Search This Blog

06 July 2025

ଶାଶ୍ୱତ ଜ୍ଞାନ prahallad sahoo

 ଗୁରୁବ୍ରହ୍ମ ମହିମା ଅଲେଖ ଶରଣ

💥🙏💥

*ଶାଶ୍ୱତ ଜ୍ଞାନ*  

  

ସବୁ କିଛି ଭଗବାନ ହିଁ ଅଟନ୍ତି ବାସୁଦେବଃ ସର୍ବମ୍ । ଆମେ ଯାହାକିଛି ଲାଭ କରେ, ଭଗବାନଙ୍କୁ ହିଁ ଲାଭ କରେ । ଯେତେବେଳେ ଭଗବାନ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ପଦାର୍ଥ ହି ନାହିଁ, ତାହାହେଲେ ଆଉ କଣ ଅବା କାହାକୁ ମିଳିବ ? ଅନ୍ନ, ଜଳ, ବସ୍ତ୍ର ଇତ୍ୟାଦି ସମସ୍ତ ରୂପରେ ଭଗବାନ ହିଁ ମିଳିଥାନ୍ତି । କିନ୍ତୁ ଇନ୍ଦ୍ରିୟଗତ ଦୃଷ୍ଟିର ପ୍ରଭାବରୁ ଭଗବାନ ଦେଖାଯାନ୍ତି ନାହିଁ ।  

ଭଗବାନ ଜ୍ଞାନୀ ମାନଙ୍କୁ ମୁକ୍ତ କରି ଉଋଣ ହୋଇଯାଆନ୍ତି, କିନ୍ତୁ ସେ  ଭକ୍ତଙ୍କ ପାଖରେ ସଦା ଋଣୀ ରହନ୍ତି । ଜ୍ଞାନୀ ଭଗବାନ କୁ କିଛି ଦେଇପାରିବେ ନାହିଁ, କିନ୍ତୁ ଭକ୍ତ ଭଗବାନକୁ ପ୍ରେମ ଦେଇଥାଏ । ଭଗବାନ ପ୍ରେମର ଭୋକିଲା ଅଟନ୍ତି, ଜ୍ଞାନର ନୁହେଁ । ପ୍ରେମ ଏମିତି ଏକ ଜିନିଷ ଯାହାର କେବେ ତୃପ୍ତି ହୋଇନଥାଏ । 

ଯେଉଁମାନେ ସମସ୍ତଙ୍କ ପ୍ରେମୀ , ସେମାନେ ଭଗବାନଙ୍କ ପ୍ରେମୀ ଅଟନ୍ତି । ଭକ୍ତ ସମସ୍ତଙ୍କୁ ଭଗବତ୍ସ୍ୱରୂପ ଭାବେ ଦେଖିଥାଏ । ପ୍ରେମୀ ଭକ୍ତ କାହାକୁ ଖରାପ ମନେ କରେ ନାହିଁ, କାହାର ଖରାପ ଚାହେଁ  ନାହିଁ ଏବଂ କାହାର ଖରାପ କରେ ନାହିଁ । ତେଣୁ ଆମେ ମଧ୍ୟ କାହାକୁ ଖରାପ ମାନିବା ନାହିଁ, ଖରାପ ଚାହିଁବା ନାହିଁ, ଖରାପ କରିବାନାହିଁ, ତାହାହେଲେ ଆମେ ମଧ୍ୟ ପ୍ରେମୀ ହୋଇଯିବା। ।


No comments: