ଯଦି କୌଣସି ଦୋଷ ହେତୁ ନେତ୍ରରେ ରୂପ ଆଦି ଦେଖିବାର ଯୋଗ୍ୟତା ରହେ ନାହିଁ, ତେବେ ନେତ୍ରରେ ରହିଥିବା ନେତ୍ରେନ୍ଦ୍ରିୟ ମଧ୍ୟ ରୂପଦର୍ଶନରେ ଅସମର୍ଥ ହୋଇଯାଏ। ପୁଣି ଯେତେବେଳେ ନେତ୍ର ଓ ନେତ୍ରେନ୍ଦ୍ରିୟ ଉଭୟେ ରୂପଦର୍ଶନ କରିବାକୁ ଅସମର୍ଥ ହୋଇଯାଆନ୍ତି, ସେତେବେଳେ ଏହି ଦୁହିଁଙ୍କର ସାକ୍ଷୀ ଜୀବର ମଧ୍ୟ ସେହି ଯୋଗ୍ୟତା ରହେ ନାହିଁ, ଅତଏବ ମୁମୁକ୍ଷୁ ପୁରୁଷ ମରଣ ଆଦି ପ୍ରତି ଭୟ କରିବା ଉଚିତ ନୁହେଁ କିବା ଦୀନତା ଦରିଦ୍ର ଅଥବା ମୋହ ରଖିବା ଉଚିତ ନୁହେଁ।
ଜୀବର ସ୍ଵରୂପକୁ ଅନୁଭବ କରି ସେ ଧୈର୍ଯ୍ୟ ପୂର୍ବକ ନିଃସଙ୍ଗ ଭାବରେ ବିଚରଣ କରିବା ଉଚିତ ତଥା ଏହି ମାୟାମୟ ସଂସାରରେ ଯୋଗ-ବୈରାଗ୍ୟ ସମ୍ପନ୍ନ ସମ୍ୟକ୍ ଜ୍ଞାନମୟୀ ବୁଦ୍ଧିବଳରେ ଶରୀରକୁ ଅମାନତ ପରି ରଖୁ, ତାହା ପ୍ରତି ଅନାସକ୍ତ ରହି ବିଚରଣ କରିବା ଆବଶ୍ୟକ।
(ଏପରିଭାବରେ ଜୀବର ଆତ୍ମ ସ୍ଵରୂପକୁ ଜଡ଼ ପଦାର୍ଥଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ବୁଝିବା ଉଚିତ) ।
No comments:
Post a Comment