"ଅପରେସନ୍ ସିନ୍ଦୂର” ଭାଙ୍ଗିଲା ପାକିସ୍ତାନର ଅହଂକାର
ଏପ୍ରିଲ୍ ୨୨ ତାରିଖରେ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଯାଇଛି ୨୭ ହିନ୍ଦୁଙ୍କ ଜୀବନ । ପହଲଗାମରେ ନାଁ ଓ ଧର୍ମ ପଚାରି ଟୁରିଷ୍ଟଙ୍କୁ ଗୁଳି କଲେ ଆତଙ୍କୀ । ବ୍ୟସ୍ତବହୁଳ ଜୀବନରୁ ଟିକେ ଅବକାଶ ନେଇ ମନ ଫୂର୍ତ୍ତି କରିବାକୁ ପହଲଗାମ୍ ଯାଇଥିବା ଭାରତୀୟଙ୍କୁ ଗୁଳିବିଦ୍ଧ କରିଦେଇଗଲେ ଟିଆରଏଫର ଆତଙ୍କୀ । ସେହି ମିନି ସ୍ବିଜରଲ୍ୟାଣ୍ଡରେ ଗଡିଲା ୨୭ ହିନ୍ଦୁଙ୍କ ମୁଣ୍ଡ । ଲିଭିଲା ମା’ ଭଉଣୀଙ୍କ ସିନ୍ଦୂର । ପତ୍ନୀଙ୍କୁ ଛାଡି ସେମାନଙ୍କ ଆଖି ଆଗରେ ଚାଲିଗଲା ସ୍ବାମୀମାନଙ୍କ ଜୀବନ । ଭାରତୀୟ ମା’ର ସିନ୍ଦୂରର ପ୍ରତିଶୋଧ ନେବାକୁ ଏହି ଏୟାରଷ୍ଟ୍ରାଇକ ପାଇଁ ’ ଅପରେସନ୍ ସିନ୍ଦୂର’ ନାଁ ରଖିଲେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ।
ଏହି ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନର ପ୍ରଶ୍ରୟ ପାଇଥିବା ଲସ୍କର- ଏ -ତୋଇବାର ଏକ ମୁଖ୍ୟ ଅଙ୍ଗ ଯେଉଁଥିରେ ଉଭୟ ପାକିସ୍ତାନୀ ସେନାର ସମ୍ପୃକ୍ତି ଥିବା କୁହାଯାଉଥିଲା।
ଏହାପରେ ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ପାକ୍ ବିରୋଧୀ ସ୍କେଲାଗାନ୍ । ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ପାକିସ୍ତାନ ବିରୋଧରେ ଅସନ୍ତୋଷ । ଭାରତ ସରକାର ଅନେକ ବିଚାର ବିମର୍ଷ କରିବା ପରେ ମଙ୍ଗଳବାର ରାତିରେ ଆରମ୍ଭ କରିଦେଇଛନ୍ତି ଏୟାର ଷ୍ଟ୍ରାଇକ୍ । ପହଲଗାମରେ ଆତଙ୍କବାଦୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ପାଖାପାଖି ୧୦୦ କିଲୋମିଟର ଭିତରକୁ ପଶି ୯ଟି ଆତଙ୍କବାଦୀ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ବକୁ ଅବଗତ କରିଛି ଭାରତ । ଭାରତୀୟ ସେନା ଦେଇଛି କଡା ଜବାବ୍ ।
No comments:
Post a Comment