Search This Blog

06 July 2025

ସ୍ଥୂଳ ଓ ସୂକ୍ଷ୍ମ ଶରୀର prahallad sahoo

 ସ୍ଥୂଳ ଓ ସୂକ୍ଷ୍ମ ଶରୀର

ଜୀବର ଉପାଧିଭୂତ ଲିଙ୍ଗଶରୀର ଦ୍ଵାରା ଜୀବ ଏକ ଲୋକରୁ ଅନ୍ୟ ଲୋକକୁ ଯାଏ ଏବଂ ନିଜର ପ୍ରାରଵ୍ଧ କର୍ମ ଭୋଗ କରି ନିରନ୍ତର ଅନ୍ୟ ଶରୀର ପ୍ରାପ୍ତି ନିମନ୍ତେ ନୂଆ ନୂଆ କର୍ମ କରୁଥାଏ | ଜୀବର ଉପାଧି ରୂପ ଲିଙ୍ଗଶରୀର ତା’ସହିତ ମୋକ୍ଷ ପର୍ଯ୍ୟନ୍ତ ରହିଥାଏ । 

 ଭୂତ, ଇନ୍ଦ୍ରିୟ ଓ ମନର କାର୍ଯ୍ୟରୂପ ସ୍ଥୂଳ ଶରୀର ହେଉଛି ଜୀବର ଭୋଗ ଆଦି ଅନୁଷ୍ଠାନ। ଏହି ଦୁଇଟି ଅର୍ଥାତ୍ ସ୍ଥୂଳ ଓ ସୂକ୍ଷ୍ମ ଶରୀର ପରସ୍ପର ସଙ୍ଗଠିତ ହୋଇ କାର୍ଯ୍ୟ ନ କରିବା ହିଁ ଜୀବର 'ମୃତ୍ୟୁ’ ଏବଂ ସେହି ଦୁଇଟିର ଏକତ୍ର ପ୍ରକଟ ହେବା ହିଁ ଜୀବର ‘ଜନ୍ମ’ | 

ଜୀବର ସ୍ଥୂଳ ଶରୀରଟି ହେଉଛି ପଦାର୍ଥ ଗ୍ରହଣର ସ୍ଥାନ। ତେଣୁ ସ୍ଥୂଳ ଶରୀରର ଶକ୍ତି ସମାପ୍ତ ହୋଇଯିବା ଓ ସେଥିରେ ପଦାର୍ଥ ଗ୍ରହଣର ଯୋଗ୍ୟତା ନ ରହିବା ହିଁ ଜୀବର ମରଣ ଏବଂ ଅଭିମାନର ସହିତ ‘ଏହି ସ୍ଥୂଳ ଶରୀରଟା ହିଁ ମୁଁ ବୋଲି ଧରିନେବା ହିଁ ତାର ଜନ୍ମ |

No comments: