Search This Blog

06 July 2025

ହୁଅନ୍ତି କି ଶିଶୁଟିଏ ମୁଁ poem by prahallad sahoo

  "ହୁଅନ୍ତି କି ଶିଶୁଟିଏ ମୁଁ" 

⚘️🌻🌻🌴🌻🌻⚘️

ହେ ପ୍ରଭୁ ହୁଅନ୍ତି କି ଶିଶୁଟିଏ ମୁଁ

ତୁମ୍ଭ ନାମ ଗାଇ ଗାଇ ଦିନ ଯାଆନ୍ତା ମୋର; 

ଅଜଣା ରାସ୍ତାର ପଥିକଟିଏ ମୁଁ

ଦେଖାଇ ଦିଅ ସେ ପଥ ତୁମ୍ଭଙ୍କୁ ଜାଣିବାର ।


ରାସ୍ତା ସୀମାହୀନ

ବଢିବାକୁ ହେଲେ ଆଗକୁ 

କରିବାକୁ ହେବ ନିର୍ଦ୍ଧାରଣ ।

ହୋଇପାରେ ସେ ଅଜଣା

କିନ୍ତୁ ହେବି ନାହିଁ ବାଟବଣା।।

ଏ ଅସ୍ଥିର ସଂସାରେ 

ନିଜେ ନିଜକୁ କରି ନିଶ୍ଚଳ 

ନିର୍ଦ୍ଦିଷ୍ଟ କରିବି ମୋ ଲକ୍ଷ୍ୟସ୍ଥଳ । 


ଆଖି ପାଉ ନାହିଁ, ଦିଶା ଦିଶୁ ନାହିଁ

ଆଗେ ଅଥଳ ସାଗର

   ଲଂଘିବାର ଅଛି ସେ କୂଳ।

ଜୀବନ ଦୁର୍ଦ୍ଦଶାରେ 

    ହନ୍ତସନ୍ତ ହେବାଠାରୁ

ବରଂ ଜୀବନର ଗତିକୁ 

   ସୁଦୃଢ କରିବା ଶ୍ରେୟସ୍କର।।


ନିଜକୁ ଥରେ ଭାବି ଦେଖ ମୂର୍ଖ କାଳିଦାସ

ବ୍ଯର୍ଥ ହେବନାହିଁ ତୁମ ଆଶା,  

ସାଗର ଗର୍ଭରୁ ଜଳ ତ ସୁଖାଇ ପାରିବ ନାହିଁ

ହୁଏତ ସେ ଜଳରୁ ଆବିର୍ଭାବ ହେଲେ ମାଆ

ଦୂରିଭୁତ ହେବ ତୁମ ଦୁଃଖ ଦୁର୍ଦ୍ଦଶା।।


ଏଠି କିଛି ନୁହେଁ ଅଜଣା ରାସ୍ତା,

ମହତ ଲକ୍ଷ୍ଯ ନେଇ ଆଗେଇଗଲେ

ଆପେ ଆପେ ଦିଶିଯିବ ଚଉଦିଗ। 

ଖୋଲିଯିବ କଣ୍ଟକିତ ଅଜଣା ରାସ୍ତା

ବାକି ଯାହା ଖାଲ ଖମା ଭରିଯିବ।। 


ଆରମ୍ଭ ତ ଆମକୁ କରିବାକୁ ପଡିବ

ଶେଷ କିଏ ଦେଖିଛି ନା ଦେଖିବ ???

ଠିକ୍ ଯେମିତି ଜନ୍ମ ସତ୍ଯ, 

ମୃତ୍ୟୁର ଯତୁଗୃହରୁ କେହି କଣ 

କେବେ ଫେରିଛି ନା ଫେରିବ ???

 ମୃତ୍ୟୁ ସତ୍ଯ କିମ୍ବା ନିଶ୍ଚିତ ??

କେହି କଣ ନିଜେ ନିରୂପଣ କରିପାରିବ ???


ତଥାପି ପାଦ ବଢାଇବାକୁ ହେବ 

ସେହି ଅଜଣା ରାସ୍ତାର ଅନ୍ତ ଫାଡ଼ି,

ନିଶ୍ବାସ ଥିବା ଯାଏ ବିଶ୍ବାସ କରିବାକୁ ହେବ

ଜନ୍ମ ଆଉ ମୃତ୍ୟୁରେ ଜଳୁଛି ଏବଂ ଜଳୁଥିବ 

ଆରମ୍ଭ ଓ ଶେଷର ସେ ଦିହୁଡି।।


ପ୍ରହ୍ଲାଦଙ୍କ ବିଶ୍ବାସରେ ଉଭା ହେଲେ

ଖମ୍ବରୁ ପ୍ରଭୁ ନରସିଂହ ଅବତାରୀ 

ସାୟଂ କାଳେ, ଜାନୁ ପରେ; 

ଦୁଆର ବନ୍ଧ ତଳେ, ବିନା ଅସ୍ତ୍ରରେ 

ବିନାଶ କଲେ ହିରଣ୍ୟକଶିପୁର ଗର୍ବ

ତା' ଅନ୍ତ ଫାଡି ହସ୍ତ ନଖରେ।।


ଆଜି ଏହି ପୂଣ୍ଯ ତିଥିରେ 

ଦେବତାଙ୍କ କ୍ରୋଧାଗ୍ନିରୁ ଜାତ 

ଦୁଷ୍ଟ ବିନାଶିନୀ ମାଆ ଦଶଭୂଜା । 

ମହିଷାସୁରକୁ କରି ବଧ 

ମହିରେ ପାଳିଲେ ସନ୍ଥ, 

ଅଧ୍ରମକୁ ନାସି କଲେ ଧର୍ମ ସଂସ୍ଥାପନ 

ସେହି ମାଆର ଆଶୀର୍ବାଦ ହେଉ

ସକଳ ପ୍ରାଣୀର ଜୀବନ ଧନ।।


ହେ ପ୍ରଭୁ ହୁଅନ୍ତି କି ଶିଶୁଟିଏ ମୁଁ 

ତୁମ୍ଭ ନାମ ଗାଇ ଗାଇ ଦିନ ଯାଆନ୍ତା ମୋର; 

ଅଜଣା ରାସ୍ତାର ପଥିକଟିଏ ମୁଁ

ଦେଖାଇ ଦିଅ ସେ ପଥ ତୁମ୍ଭଙ୍କୁ ଧ୍ଯାଇବାର ।

©️ପ୍ରହ୍ଲାଦ ସାହୁ

🌎ନିୟୂଦିଲ୍ଲୀ 

 💎୯୫୪୦୫୩୧୨୭୪

ସାଗର ଶିଶୁ ମୁଁ ସାଗରିକା by Prahallad Sahoo

 ସାଗର ଶିଶୁ ମୁଁ ସାଗରିକା 

~💧💧💧~

ଅପରିବର୍ତ୍ତିତ କଁଅଳ ଶିଶୁର ଚପଳତା ବିବର୍ତ୍ତିତ ସମୟର ଧାରାକୁ ବେଳେବେଳେ ଇଙ୍ଗିତ କରି କହେ- ମୁଁ ବି ତୋରି ସନ୍ତାନ, ତୁ ସିନା ବିବର୍ତ୍ତନ ଧାରାରେ ପରିବର୍ତ୍ତିତ, ସବୁକିଛି ପରିବର୍ତ୍ତନ ତୋରି ଇଙ୍ଗିତରେ ହୋଇଥାଏ, କିନ୍ତୁ ମୁଁ ମୋର ଅଜ୍ଞତାରେ ଚପଳମତି ଶିଶୁ ସାବକ ମୋ ସ୍ବଭାବରେ ପରିବର୍ତ୍ତିତ ନୁହେଁ। ସବୁକିଛି ପରିବର୍ତ୍ତନ ହେଲେ ବି ମୁଁ ଅପରିବର୍ତ୍ତିତ ମୋ ସ୍ବଭାବରେ, ମୋ ଚରିତ୍ରରେ, ମୋ କର୍ମରେ। ମୋର ବାଳ ସ୍ବଭାବ ସାଗରର ଉତ୍ତାଳ ତରଙ୍ଗ ଭଳି ଦୋଳାୟିତ। ସାଗର ଯେପରି କାହାରି ଋଣ ନିଜ ପାଖରେ ରଖି ପାରେନାହିଁ ଏବଂ ସବୁକିଛି ସ୍ବଇଛାରେ ଲେଉଟାଇ ଦିଏ, ଠିକ୍ ମୁଁ ବି ମୋ ସ୍ବଭାବରେ ସ୍ବଭାବିକ ଭାବେ ମୋ ମନରେ କିଛି ରଖେ ନାହିଁ, ଯେତେବେଳେ ଯାହା ମନରେ ଉଦ୍ରେକ ହୁଏ ମୁଁ କରିଚାଲେ; ଭାବିବାକୁ ସାହାସ ନାହିଁ, ଅପେକ୍ଷା କରିବାକୁ ଧୈର୍ଯ୍ଯ ବି ନାହିଁ। 


ସାଗରିକା, ସୋଫିଆ, ସାଇରସ, ସିଲେଣ୍ଟା ସକାଳର ସୁନେଲୀ କିରଣରେ ଚମକୁଥିବା ସମୁଦ୍ରର ଜଳରାଶିକୁ ଛୁଁ ଛୁଁ ଖୁସିରେ ବିଭୋର  ହୋଇଯାଇଥିଲେ। ଚାରିଆଡେ ଖାଲି ଉତ୍ତାଳ ତରଙ୍ଗ ମାଳା, ଲହରୀ ଓ ଫେନନୀଳ ଜଳରାଶି। ସେମାନଙ୍କ ସହିତ ଥିଲା ଛୋଟ କାଗଜ ତିଆରି ନୌକାଟିଏ। ସାଗର ତରଙ୍ଗ ସହିତ ନୌକାଟି ବେଶ୍ ଦୋଳାୟିତ ହୋଇ ନାଚି ନାଚି ବହି ଚାଲିଥିଲା। ତଳୁ ଉପର, ଉପରୁ ତଳ ତରଙ୍ଗ ମାଳାର ତରଙ୍ଗରେ ନୌକା ଭାସି ଭାସି ଆଗ ପଛ ହୋଇ ତରଙ୍ଗାୟିତ ହେଉଥାଏ। ସମସ୍ତଙ୍କ ମନରେ ଖୁସିର ଲହରୀ। ସାଗର ସହିତ ସେମାନେ ବି ଖୁସିରେ ନାଚୁଥିଲେ। 

ଅନାବିଳ ସ୍ନେହ ମମତାର ବନ୍ଧନରେ ବନ୍ଧା ଚାରୋଟି ଶିଶୁ। କେହି କାହାରିଙ୍କୁ ପର ବୋଲି କେବେ ଭାବୁ ନଥିଲେ। ଆତ୍ମୀୟତାର ପରିପ୍ରକାଶ କୋମଳମତି ଶିଶୁର ନିଃସ୍ବାର୍ଥପର ଜୀବନର ବିକାଶ। 

ପରିପକ୍ବ ବୟସରେ ମଣିଷ ମନର ଅନେକ ରାଗ, ହିଂସା, ଦ୍ବେଷ, ପରଶ୍ରୀକାତରତା, ଘୃଣାଭାବ, ଗର୍ବ, ଅହଂକାର ବସା ବାନ୍ଧିଥାଏ।  କିନ୍ତୁ ଶିଶୁ ସୁଲଭ ମନ ଏସବୁର ଉର୍ଦ୍ଧରେ। ଶିଶୁଟିଏ ଖୋଲା ହୃଦୟରେ ମନର କଥା ପରିପ୍ରକାଶ କରିପାରେ। ସେ ଦେଖେନାହିଁ ପ୍ରକୃତ ସମୟ, ସେ ବୁଝେନାହିଁ ପର ଆପଣା, ସେ ଖୋଜେ ନାହିଁ ନିର୍ଦ୍ଦିଷ୍ଟ ସ୍ଥାନ। ମନକଥା ଶୁଣିବାକୁ ଓ ବୁଝିବାକୁ କେହିଜଣେ ମିଳିଗଲେ ସେ ନିଜ ଇଛାରେ ସବୁକିଛି କହିଯାଏ ଏବଂ କରିଯାଏ ମଧ୍ଯ।

ବୟସରେ ସାଗରିକା ସବୁଠାରୁ ବଡ ଏବଂ ସିଲେଣ୍ଟା ସବୁଠାରୁ ଛୋଟ। କୁନି କୁନି ପାଦରେ ସେମାନଙ୍କ ସହ ପାଦ ମିଳେଇ ଚାଲି ପାରୁନଥିବାରୁ ସେ ସାଗରିକାର ପିଠିରେ ଘୋଡା ସବାର ହୋଇଛି। ସିଲେଣ୍ଟା ଆନନ୍ଦରେ ସମୁଦ୍ରର ଜଳରାଶିକୁ ଦେଖୁଥାଏ। ଜଳ ଯେତେବେଳେ ଲହଡି ମାରେ ସେ ବହୁତ ଖୁସି ହୋଇଯାଏ ଏବଂ ସାଗରିକାର ପିଠିରେ ଥାଇ ବି ପାଣିକୁ ଲମ୍ଫ ମାରିଲା ଭଳି ଦୁଇ ତିନିଥର ଉଚ୍ଛଳ କୁଦ କରିଦିଏ ଗୋଡ ଦୁଇଟାକୁ ଦୋହଲେଇ। ତା ଖୁସିରେ ସାମିଲ ହୋଇ ସମସ୍ତେ ଜଳ ସ୍ତର ଠାରୁ ଏକ/ ଦେଢ ଫୁଟ ଉପରକୁ କୁଦି ଯାଆନ୍ତି। ତା ସହିତ ସମସ୍ତଙ୍କର ନଜର ଥାଏ ନୌକାଟି ଉପରେ। ନୌକା ବି ଖଣ୍ଡେ ଦୂର ନାଚି ନାଚି ତଳ ଉପର ହୋଇ ତାଙ୍କ ସହିତ ଭାସି ଭାସି ଚାଲିଥାଏ। ବେଳେବେଳେ ସାଗର ଗର୍ଭରୁ ଅନାବନା ଜିନିଷ ସହିତ ମାଛ, କଙ୍କଡା, ଚିଙ୍ଗୁଡି ଇତ୍ଯାଦି ବାଲି ପଠା ଉପରକୁ ଚାଲିଆସେ। କଥାରେ ଅଛି, ସମୁଦ୍ର ନିଜ ପାଖରେ କିଛି ରଖେନାହିଁ। 

ସାଗର ଭିତରେ ଘର କରି କେହି କଣ କୁମ୍ଭୀରକୁ ଡରେ? ନିର୍ଜନ ଦ୍ବୀପର ରାଜା ଭଳି ସେମାନେ ଏ ସାଗରର ରାଜା। ସେମାନଙ୍କର ଜନ୍ମ ଏହି ଦ୍ବୀପ ଖଣ୍ଡରେ। ସାଗରକୁ ନିଜର ମାଆ ଭଳି ଭଲ ପାଇବା ଶିଖିଛନ୍ତି। ସାଗରର ଗଭୀରତା ମାପି ପାରି ନାହାନ୍ତି ସତ କିନ୍ତୁ ତାର ନମନୀୟତା, କମନୀୟତା, ସୃଜନଶୀଳତା ସଙ୍ଗେ ଭୀଷଣତାକୁ ବେଶ ଭଲ ଭାବେ ଦେଖିଛନ୍ତି। ବର୍ଷାରେ ସାଗରର ଉଫାନ ଦେଖିଛନ୍ତି। 

ନିଦାଘରେ ତାର ଘୂର୍ଣ୍ଣାୟମାନ ତରଙ୍ଗ ବି ଦେଖିଛନ୍ତି। 

ଶୀତରେ ସାଗରର ତାପମାତ୍ରା ମାପିଛନ୍ତି। 

ଶରତ, ହେମନ୍ତରେ ବୁନ୍ଦା ବୁନ୍ଦା କାକର ସାଗରକୁ ଛୁଇଁବା ପୂର୍ବରୁ ତା ସହିତ ମିଳେଇଯିବା ବି ଦେଖିଛନ୍ତି।

ଗତାନୁଗତିକ ସାମୁଦ୍ରିକ ଝଡକୁ ସାମ୍ନା କରିବା ବୋଧହୁଏ ନିତିଦିନିଆ ଘଟଣା ସେମାନଙ୍କର।  ସେସବୁକୁ ଏମାନେ ଖାତିର କରନ୍ତି ନାହିଁ। ସାଗରର ପ୍ରତ୍ୟେକ ସ୍ଥିତି, ପରିସ୍ଥିତି ସହିତ ସେମାନେ ଅଙ୍ଗାଙ୍ଗୀ ଭାବେ ଜଡିତ। ସାଗର ଗର୍ଭରେ ଭୂକମ୍ପ ହେଲେ ସୁନାମି ଆସେ ଏବଂ ସେ ଆସିବା ପୂର୍ବରୁ ଏମାନେ କିଛି ସଂକେତ ପାଇପାରନ୍ତି। ଯେତେ ଶିଘ୍ର ସମ୍ଭବ ପ୍ରସ୍ତୁତ ହୋଇଯାଆନ୍ତି ଯେମିତିକି କିଛି ଅଘଟଣ ଘଟିନାହିଁ। 

ସାଗର ବି ସଙ୍ଗୀତ ଗାଏ। ସାଗର ଆଖିରୁ ଲୋତକ ଗଡାଏ। ସାଗର ବେଳେବେଳେ ଆକାଶକୁ ପ୍ରୀତି ଭିକ୍ଷା କରେ ଏବଂ ଚାନ୍ଦ ସହିତ ପ୍ରଣୟ ରଚିବାର ଅଭିଳାଷରେ ଉନ୍ମାଦିତ ହୁଏ। ପୂର୍ଣ୍ଣମୀ ଚାନ୍ଦର ଜୋଛନାରେ ସେ ପ୍ରୀତିପ୍ଳୁତ ହୋଇଯାଏ। ତା ମନର ଆବେଗ ବଢିଯାଏ, ଛାତିର କୋହକୁ ସମ୍ଭାଳି ନପାରି ଉନ୍ମାଦିନୀ ରୂପ ଧାରଣ କରେ। ବାର ବାର ଲମ୍ଫ ପ୍ରଦାନ କରୁଥାଏ ଜହ୍ନକୁ ମନର କଥା ପଦେ କହିବା ପାଇଁ, ତା ସହିତ ଲୁଚକାଳି ଖେଳି ଆତ୍ମବିଭୋର ହୋଇଯିବା ପାଇଁ। ସେଥିପାଇଁ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ସାଗର ଗର୍ଭରେ ସୁଉଚ୍ଚ ଜୁଆର କୁଳ ଲଂଘି ଯାଏ। ପାଇବା ଓ ହରେଇବାର ସମିଶ୍ରଣରେ ସେ ବିଳାପ କରିଉଠେ। ଜୁଆର ଶବ୍ଦରେ ସୋଫିଆ, ସିଲେଣ୍ଟ ଭୟଭୀତ ହେବା ପୂର୍ବରୁ ସାଗରିକା, ସାଇରସ ସେମାନଙ୍କୁ ସମ୍ଭାଳି ନିଅନ୍ତି। 

ବିଶାଳକାୟ ସିଲ୍, ଶାର୍କ, ତିମି, ଅକ୍ଟୋପସ, ସମୁଦ୍ର ଘୋଡା, ଷ୍ଟାର ଫିସ ଠାରୁ କ୍ଷୁଦ୍ରାତିକ୍ଷୁଦ୍ର ଶଂଖ, ଗେଣ୍ଡା, ଶାମୁକା କଇଁଛ ଏମାନଙ୍କ ସହିତ ବନ୍ଧୁତା ଅତି ନିବିଡ ସେମାନଙ୍କର। ସାଗରର ସନ୍ତାନ ସାଗରକୁ ଆପଣେଇ ନେଇ ଜୀବନ ଅତିବାହିତ କରିବାରେ ବେଶ୍ ଆମୋଦିତ। ସିପ, ଶଙ୍ଖ ଗୋଟେଇ ଅତିବାହିତ କରିଦିଅନ୍ତି ପିଲାଦିନ। ସେମାନେ ସାଗର ଠାରୁ ଏତିକି ଶିଖିଛନ୍ତି ସାଗର କୌଣସି ଦ୍ରବ୍ଯ ନିଜ ପାଖରେ ରଖେ ନାହିଁ। ତା ଗର୍ଭକୁ ଯାହା ଫିଙ୍ଗିଲେ ବି ସେ ପୁଣି ଫେରେଇ ଦେଇଥାଏ। ତେଣୁ ସେମାନେ ବି ଜୀବନରେ ଏହି ନିୟମକୁ ଅନୁସରଣ କରିନେଇଥିଲେ କାହାଠାରୁ ଋଣ ନେଇ ଋଣୀ ହୋଇ ରହିବେନାହିଁ। ନମକହଲାଲ ହେବେନାହିଁ। ସମୁଦ୍ରର ଲୁଣ ଖାଇ ତାର ଗୁଣ ଗାଇବେ ବରଂ ଅନ୍ଯ କାହାର ଲୁଣ ଖାଇ ଋଣି ହେବେନାହିଁ। ମରିଯିବେ ବରଂ ଅନ୍ଯର ଧନ ସମ୍ପଦରେ ନିଜକୁ ଗର୍ବିତ କରିବେନାହିଁ। ସଚ୍ଚୋଟପଣିଆ,  ସତ୍ଯବାଦୀ ଏବଂ କର୍ମନିଷ୍ଠ ଜୀବନ ଯାପନ କରିବାରେ ଆନନ୍ଦ ଅନେକ ଥାଏ ଯାହା ସେମାନେ ସେହି ଶିଶୁ ସୁଲଭ ଚପଳମତୀ ମନରେ ଅନୁଭବ କରିଛନ୍ତି ଏବଂ ନିଃସ୍ବାର୍ଥପରତାକୁ ଆପଣେଇ ନେଇ ମାଆ ବାପ ଛେଉଣ୍ଡହେଲେ ବି ମନରେ ଗ୍ଳାନି ନାହିଁ। ସେମାନେ ସେହି ସାଗର କୂଳର ଶାମୁକା ପରି ନିଜ ଭିତରେ ମୁକ୍ତା ସଦୃଶ ଅନାବିଳ ସ୍ନେହ, ପ୍ରେମ, ମମତାରେ ବାନ୍ଧି ହୋଇ "ସାଇଲେଣ୍ଟ ଓସେନ ବାଳାଶ୍ରମ"ର ବାଳକ ବାଳିକା ଗଣ। 

School after Summer vaccation

 School after Summer


The return to school after summer vacation brings a blend of enthusiasm and nervousness. Students eagerly anticipate reconnecting with friends and resuming the campus routine, while also worrying about getting back into the swing of classes and academic responsibilities.

It sounds like your attitude towards school changed dramatically as you transitioned from elementary to middle school, and then to high school. You found joy in having awesome teachers, managing sports teams, and spending time with friends. School became a place where you felt engaged, motivated, and connected. 

The back-to-school excitement after Summer can wear off quickly, can't it? It's common for kids to feel that way, especially when the novelty of a new grade wears off and routine sets in. And also, I have experienced it. 

Having awesome teachers and being part of the basketball/volleyball team really turned things around for me! It's great that I found activities and mentors that sparked my enthusiasm. Managing the team must have given you a sense of responsibility and belonging. That I managed. 

High school sounds like an amazing time for me! I had a great social circle, were involved in sports, and had a sense of purpose. It's wonderful that I found joy in the daily routine of school and looked forward to reconnecting with teachers and friends after breaks. 

As students head back to school, may feel a mix of emotions. Some might be unsure about new teachers, classrooms, or schedules, while others are excited for fresh classes, experiences, or even a new school building. Many look forward to diving back into studies, making new connections, and exploring extracurricular passions. While adjusting to a structured routine after summer's freedom can be tough, let's focus on the positives: reconnecting with friends, discovering new concepts, and getting involved in activities that spark joy.

16 November 2024

ବାଲିଯାତ୍ରା Prahallad Sahoo









ବାଲିଯାତ୍ରା 

ବାଲିଯାତ୍ରା ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ । ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି । ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ରା ।  

ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁ।

ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆମାନେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭିନ୍ନ ଭିନ୍ନ ସ୍ଥାନରେ ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । 

ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । 

ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟ ଭିତ୍ତିକ ଯାତ୍ରା । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା ,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । 

ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା - ଆଷାଢ, କାର୍ତ୍ତକ, ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ ।  ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆ-କା-ମା-ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେ ପକାଇଥାନ୍ତି । 


ଆ-କା-ମା-ବୈ, ପାନ ଗୁଆ ଖାଇ,  

ପାନ ଗୁଆ ତୋର, 

ମାସକ ଧର୍ମ ମୋର । 

ବର୍ତ୍ତମାନ କଟକ ସହରରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ପାରିବାରିକ ଉତ୍ସବ ଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ ।  ଅନେକ ବ୍ୟବସାୟି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି । ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ, କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁ ସ୍ଥାନରେ ବିକ୍ରିହୁଏ |  

ଏବଂ 

ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ମହାଜନମାନେ keteka ମତ ଉପସ୍ଥାପନ କରି ଆସୁଛନ୍ତି । 

ଜନଶ୍ରୁତି anusare 

କଳିଙ୍ଗର ସାଧବମାନେ ଭିନ୍ନ ଭିନ୍ନ ନଦୀଘାଟରୁ ଏବଂ ଓଡ଼ିଶାର ସପ୍ତ ବନ୍ଦରରୁ ବାଣିଜ୍ୟ କରିବାକୁ ଯାଉଥିଲେ ।  kintu 

ପ୍ରଥମ ମତଟି ହେଲା ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହିଦିନ ବିଦେଶକୁ ବାଣୀଜ୍ୟ କରିବାକୁ ଯାଉଥିଲେ । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ।  

ଦ୍ୱିତୀୟ ମତଟି ହେଲା ଏହିଦିନଟିରେ ବାଣିଜ୍ୟ ବେପାର ସାରି ଦୀର୍ଘଦିନ ପରେ ସାଧବମାନେ ନିଜ ଜନ୍ମମାଟିକୁ ଫେରିଆସୁଥିବାରୁ ସେମାନଙ୍କ ସ୍ୱାଗତ - ସମ୍ବର୍ଦ୍ଧନା ଉପଲକ୍ଷେ ବାଲିଯାତ୍ରା ଅନୁଷ୍ଠିତ ହେଉଥିଲା । ସେମାନେ ଚତୁର୍ମାସ୍ୟା (ଆଷାଢ, କାର୍ତ୍ତକ, ମାର୍ଗଶୀର ଏବଂ ବୈଶାଖା) ଯିବାପରେ ଜଳପଥରେ ବିଦେଶ ଯାଉଥିଲେ । କାରଣ ଏହି ଚାରିମାସ ସମୁଦ୍ରର ଜଳପଥ ବିପଦପୂର୍ଣ୍ଣ ରହୁଥିଲା । 

ତୃତୀୟ ମତଟି ହେଲା ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ । ଯେଉଁଥି ପାଇଁ ଏହି ଘାଟର ନାମ ଗଡ଼ଗଡିଆ ଘାଟ । ସେହି ସ୍ମୃତିକୁ ଧରିରଖିବା ଉଦ୍ଦେଶ୍ୟରେ ଯେଉଁ ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା ।

ଶିଳଲେଖ ଅନୁଯାୟୀ ସୋମବଂଶୀ ରାଜା ଉଦ୍ୟୋତକେଶରୀ ଉତ୍କଳ ଦେଶର ରାଜା ଥିଲେ । ସେ ୧୮ ବର୍ଷ ରାଜତ୍ୱ କରିଥିଲେ । ମହାରାଜା ଉଦ୍ୟୋତକେଶରୀ ଚୋଳରାଜା ମାଧବ ବର୍ମାଙ୍କୁ ପରାଜିତ କରି ସମ୍ପୂର୍ଣ୍ଣ ଦକ୍ଷିଣାପଥ ବିଜୟ କରିବା ପରେ ସିଂହଳ ଆକ୍ରମଣ କରିଥିଲେ । ସେତେବେଳେ ସିଂହଳରେ ରାଜା ଚିତ୍ରକେୟୁର ଥିଲେ । ସିଂହଳ ବିଜୟ ପରେ ମଣି, ମୁକ୍ତା ପ୍ରଭୃତି ଧନରତ୍ନ ସେ ସଙ୍ଗରେ ଆଣି ସେ ଜଳପଥରେ ଆସି ମହାନଦୀ ମୂହାଣ ଦେଇ ନିରାପଦ ସ୍ଥାନ କଟକ ଦ୍ୱୀପରେ ପହଞ୍ଚି ବିଶ୍ରାମ ନେଇଥିଲେ । ଲୋକ ମୁଖରେ ପ୍ରସିଦ୍ଧି ଥିଲା ସାଧବ ପୁଅ ବାଲି-ସୁମାତ୍ରା-ବର୍ଣ୍ଣିଓ ଯାଉଥିଲେ, ସିଂହଳ ବିଜୟ କରି ଫେରିଲେ ବି ବାଲିରୁ ଫେରିଲେ ବୋଲି ତୁଣ୍ଡରେ ତୁଣ୍ଡକୁ ଯାଇ ବାଲିଯାତ୍ରା ହୋଇଥିବା ସମ୍ଭବ । ଏହା ବାଲିଯାତ୍ରା ଏକ ଐତିହାସିକ ସତ୍ୟ ହୋଇପାରେ ବୋଲି biswas karajay। ମହାରାଜା ଉଦ୍ୟୋତକେଶରୀ ସିଂହଳ ଦେଶ ବିଜୟ କରି ଜଳପଥରେ ଫେରିବାର ସୃତିରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ବୋଲି ସୂଚନା ମିଳେ । 


ଯଦିଓ ଏହିଦିନ ଠୁ ସପ୍ତାହବ୍ୟାପୀ ଶିଳ୍ପଦ୍ୟୋଗୀ ସପ୍ତାହ ପାଳିତ ହୁଏ ଏବଂ ଓଡ଼ିଶାରେ ଶିଳ୍ପ ସମ୍ଭାବନା ତଥା ବର୍ତ୍ତମାନର ସ୍ଥିତି ସମ୍ପର୍କିତ ଆଲୋଚନା ମାଳା ଅନୁଷ୍ଠିତ ହୁଏ ; କିନ୍ତୁ ଯଉ ମହନୀୟ ଉତ୍କଳିୟ ସଂସ୍କୃତିକୁ ନେଇ ଅତୀତରେ ଏହାର ଅର୍ଥନୀତି ସମୃଦ୍ଧ ରହିଥିଲା, ସେୟାର ପୁନରାଲୋକନ କରେଇ ସେଇଭଳି କାର୍ଯ୍ୟକ୍ରମା ମାନ ଆୟୋଜନ କରାଯାଇପାରିଲେ ଯୁବ ପିଢି ଅନୁପ୍ରାଣିତ ହେବା ସମ ମହାନ୍ ପରମ୍ପରା ଉଜ୍ଜୀବିତ ରଖାଯାଇପାରନ୍ତା ।  ଅତୀତ ଉତ୍କଳିୟ ସଂକୃତି ଯେ ମହାନ୍ ଏବଂ ବାଲିଯାତ୍ରା ଭଳି ଅନେକ ଗୌରବମୟ ସ୍ମୃତି ଆଜି ଲୋପପାଇବାକୁ ବସିଛି । ଏଣୁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସେହି ସମ୍ପର୍କିତ ଗବେଷଣା ତଥା ଆଲୋଚନା ମାଳା ଅନୁଷ୍ଠିତ କରେଇବା ସହ ତାହାର କ୍ରିୟାନ୍ୱୟନ ନିମିତ୍ତ ପଦକ୍ଷେପ ନେବା ଉଚିତ ।

Prahallad Sahoo

24 July 2023

ଦେବସ୍ନାନ ପୂର୍ଣ୍ଣିମା - ପ୍ରହ୍ଲାଦ ସାହୁ

 ଦେବସ୍ନାନ ପୂର୍ଣ୍ଣିମା 

🪷🙏🪷🙏🪷🙏🪷🙏


ବାରମାସେ ତେରପର୍ବ ଦେଖ 

       ମୋ କାଳିଆ ସାଆନ୍ତର,

ସବୁ ପର୍ବ ଠାରୁ ଶ୍ରେଷ୍ଠ  ଅଟେ  

         ଦେବସ୍ନାନ ପର୍ବ ତାର।🪷


ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣମୀ 

   ତିଥିରେ ଗଜବେଶ ହୁଏ,

ଗଜଉଦ୍ଧାର ନିମନ୍ତେ ଯୁଗେ 

    ଯୁଗେ ନାମ ବହିଛି ସେ।🪷


   ସ୍ନାନ ମଣ୍ଡପରେ ଚାଲ ଗୋ 

    ଦେଖିବା ସ୍ନାହାନ ପୁନେଇଁ,

ଗଜାନନରୂପେ ଦର୍ଶନ ଦେବେ 

        ପ୍ରଭୁ କଳା ଗୋସେଇଁ ।🪷


  ସୁନାକୂପ ଜଳ ଅଣାଯାଏ 

    ଦେବତାଙ୍କ ସ୍ନାନ ପାଇଁ,

ଶ୍ରୀକ୍ଷେତ୍ରେ ଭକ୍ତଙ୍କ ଭିଡସେ 

  ଜଳଟିକେ ପାଇବା ପାଇଁ।🪷


ତେତିଶ ଗରା ଜଳରେ ସ୍ନାନ 

        କରନ୍ତି ଯେ ବଡ଼ଭାଇ,

   ପଞ୍ଚତ୍ରିଶ ଗରା ଜଳେ ସ୍ନାନ 

    କରେ ମୋ କାଳିଆ ସାଇଁ।🪷


ବାଇଶି ଗରା ଜଳେ ସ୍ନାନ 

   କରନ୍ତି ସୁଭଦ୍ରା ଭଉଣୀ, 

     ସୁଦର୍ଶନ ଅଠର ଗରା 

  ଜଳେ ସ୍ନାନ କରନ୍ତି ପୁଣି।🪷


  ତେତିଶ ପଞ୍ଚତିରିଶ ବାଇଶି 

             ଅଠର ଗରା ଜଳ,

ମୋଟ ଶହେଆଠ ଗରା ଲାଗି 

            ହୁଏ ସବୁ ଦିଅଁଙ୍କର।🪷


ଭାଇ  ଭଉଣୀ ଓ  ସୁଦର୍ଶନ  

       ସାଥେ ପ୍ରଭୁ ଜଗନ୍ନାଥ,

ଶଙ୍ଖ ଚକ୍ର ଗଦା ପଦ୍ମ ହାତେ 

    ଧରି ହ୍ଯୋନ୍ତି ସୁଶୋଭିତ।🪷


          ହଳ ମୂଷଳ ସହିତେ 

      ବିରାଜିତ ପ୍ରଭୁ ବଳଭଦ୍ର,

    ଗଜବେଶେ ଚତୁର୍ଦ୍ଧାମୂରତି 

          କରନ୍ତି ଦୁଃଖ ଲାଘବ।🪷


କଳିଯୁଗେ ଭାଇ ହେଲା ଭଗାରି 

             କେହି ନୁହେଁ କାହାରି,

କିନ୍ତୁ ମୋ କାଳିଆ ଭାଇ ଭଉଣୀ 

             ସଙ୍ଗେ ଶୁଣେ ଗୁହାରି।🪷


ଅପୂର୍ବ ତୋର ସେ ମାୟା କିଏବା 

                  ପାରିବ ବୁଝି ତାକୁ,

     ସକଳ ପାପ ତାପ ମୁକ୍ତିଦାତା 

              ସର୍ବଘଟେ ବିରାଜିଛୁ।🪷


ତୁମେ ଜଗବନ୍ଧୁ ତୁମେ କୃପାସିନ୍ଧୁ  

                    ତୁମେ ଦିନବନ୍ଧୁ, 

ତୁମେ ଭକ୍ତବନ୍ଧୁ ତୁମେ ଜ୍ଞାନମଧୁ 

                 ତୁମେ ମୋରବନ୍ଧୁ।🪷


 ତୁମେ ସର୍ବନାମ ପୁଣି ତୁମେ ତ 

              ସର୍ବ ରୂପେ  ଅରୂପ, 

      କେଉଁ ନାମେ କେଉଁ ରୂପେ 

       ପୂଜିବି କୁହ ହେ ବିଶ୍ବରୂପ।🪷


    ସବୁଠୁ ସୁନ୍ଦର ଗଜାନନ 

     ବେଶ ଦେଖନ୍ତିକି ଥରେ,

  ମୋ ନେତ୍ର ପଖାଳନ୍ତି ପ୍ରଭୁ 

ତୁମସେ କୃପାନେତ୍ର ତୀରେ।🪷


©️ପ୍ରହ୍ଲାଦ ସାହୁ

✍️ନିୟୂଦିଲ୍ଲୀ

📱୯୫୪୦୫୩୧୨୭୪

🙏🙏🙏🙏🙏

ଲୌହ ଦାନବର କ୍ଷୁଧା - ପ୍ରହ୍ଲାଦ ସାହୁ

 ଲୌହ ଦାନବର କ୍ଷୁଧା 🚇🚉


ହେ ଈଶ୍ଵର! 

ତୁମେ କଣ ଖୁସି ନୁହଁ 

ମର୍ତ୍ତ୍ୟର ଦେଖିବାକୁ ଏ ମାନବର ଲୀଳା?

ତୁମେ ହିଁ ଦେଖୁଥିବ କେବଳ ତୁମରି ଲୀଳା ଖେଳା?

ତୁମେ ଖୁସି ଯେଉଁଠି ତୁମେ ଲଗାଇ ଥାଅ ତୁମ ମେଳା?


ବାଃ, ବାଃ ରେ ଯୁଗାବତାର!

ଭାଇ ଭଉଣୀଙ୍କ ସଙ୍ଗେ ରତନ ବେଦିରେ ବସି 

ଆନନ୍ଦ ଉଲ୍ଲାସେ ହେଉଛୁ ବିଭୋର ଭାରି।

ବାର ମାସେ ତେର ପର୍ବ ପାଳି 

ଚଉଦିଗୁ ପ୍ରଶଂସା ନେଉଛୁ ତୋଳି।


ଏହି କି ତୋ ବୁଝିବା ଶକ୍ତି ଅକାଳରେ ଦେଉ ବାଧା

ବୁଝିବାକୁ ଭକ୍ତ ମନକଥା କାହିଁକି ତୋ ମନେ ବ୍ୟଥା?


କରି କରାଉ ଥାଇ ତୁହି, ତୋ ବିନୁ ଅନ୍ଯ ଗତି ନାହିଁ।

ଦେଖି ଅଦେଖା ହେଉ ତୁହି, କିମ୍ପା ବଡ ଆଖି ଅଛୁ ବହି।


ଜୀବ ଥିବା ଯାଏ ଆଖି ନ ଦେଖୁ ଏ ଦୁଃଖ ! 

କି ଦୋଷ କରିଥିଲେ ସେମାନେ

ଯାହାର ରକ୍ତରେ ହୁରି ଖେଳିଛି ଲୌହ ଦାନବ।

ଉଜୁଡି ଗଲା ହସ ଖୁସିର ସଂସାର,

ହଜିଗଲା ନୂଆବୋହୁର ସୀମନ୍ତିନୀରୁ ସିନ୍ଦୂର।


ଅନାଥ ହୋଇଗଲା ସେ କଁଅଳ ଶିଶୁ 

ଯିଏ ଭଲକରି କାନ୍ଦିବା ବି ଶିଖି ନଥିଲା,

ଲିଭିଗଲା ସେ ଜୀବନ ପ୍ରଦୀପ 

ଯିଏ ବିଦେଶରୁ ଫେରି ହାତକୁ ଦି'ହାତ 

ହେବା ପାଇଁ କଥା ଦେଇଥିଲା ।


ଏଇ ଦେଖ୍ ସେ ଦରଦୀ ମନର ଅଭିବ୍ୟକ୍ତି ---- 

"ଛିନ୍ନଭିନ୍ନ ମେଘ ଅଳ୍ପ ଅଳ୍ପ ବର୍ଷାକୁ ଆହ୍ବାନ କରୁଥାଏ, (ଯେତେବେଳେ) ଆମେ ଶୁଣୁଥିବା ଛୋଟ କାହାଣୀରୁ 

ପ୍ରେମ ଫୁଲ ଫୁଟିଥାଏ।"

ଏଇ ଶୁଣ ଅବ୍ୟକ୍ତ ବେଦନାର ପରିପ୍ରକାଶ  ----

"ପ୍ରେମ ସହିତ ମୁଁ ତୁମକୁ ସବୁବେଳେ ଆବଶ୍ୟକ କରେ, 

ତୁମେ ଥାଅ ସବୁବେଳେ ମୋ ମନ ଗହନ ବନରେ।"

(ଟ୍ରେନରୁ ମିଳିଥିବା ଅସମାପ୍ତ କବିତା)


ପିତା ଖୋଜୁଛି ସବ-ସମୁଦ୍ରରେ 

ପୁତ୍ରର ଅପାଶୋରା ମୁହଁ

ମାଆ କାନ୍ଦେ ନପାଇ ତା' 

ମଲାଜହ୍ନର (ଝିଅର) ସବ।

ଭାଇ କାନ୍ଦୁଛି ନିଜ ଭାଇକୁ ହରେଇ

ବାହାନଗା ବାହୁନୁଛି ଆତ୍ମୀୟଙ୍କୁ ହଜେଇ।


କି ବେଳରେ ରାତି ପାହିଥିଲା? 

ରକ୍ତ ପିପାସୁ କାଳର କରାଳ ଗତିରେ

ଦେବ ଭୂମି ଓଡିଶାର ବାହାନଗା

ବୈଦୁତିକ ଶକଟ ରୂପ ଧାରୀ 

ଦାନବ ପଞ୍ଝାରେ ରକ୍ତ ରଞ୍ଜିତ ହେଲା।


କରମଣ୍ଡଳ ସାଜିଲା କୃତ କର୍ମର ଫଳ

କିଏ ବା ଜାଣିଥିଲା କେଉଁ ଜନ୍ମରେ 

କି କର୍ମ କରିଥିଲା କିଏ ;

ସେଥିପାଇଁ ବୋଧହୁଏ ଭାଗ୍ଯକୁ ଆଦରି 

ଜନ୍ତୁରାଣ ବୈଦୁତିକ ଶକଟର ଶାସ୍ତି

ମୁଣ୍ଡପାତି ଆଜି ସହିଛି ସିଏ । 


ଶତ ଶତ ମୃତ ଶରୀର ସାଜିଲା ସବର ସହର

ସେ ସହରେ ଚିହ୍ନା ମୁହଁ ଅଚିହ୍ନା ହୋଇଛି

କେଉଁ ଏକ ରକ୍ତମୁଖା କ୍ଷୁଧାର୍ତ ଜାନ୍ତବ କ୍ଷୁଧାର।


ରହି ରହି ଶୁଭେ ଆର୍ତ୍ତ ଚିତ୍କାର 

ସଭିଏଁ ଯନ୍ତ୍ରଣାରେ ଡହଳ ବିକଳ 

ବେଳ କାଇଁ ବୁଝିବାକୁ ସ୍ଥିତି ସୁଖ ଦୁଃଖର

ବଞ୍ଚି ବଞ୍ଚେଇବା ପାଇଁ ସମସ୍ତେ ଅଗ୍ରସର। 


ତୁ ତ ଖାଲି ଦେଖୁଥାଉ,

ଦେଖ, ତୁ ହାତ ବଢେଇବା ଆଗରୁ

ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିଆନ 

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ 

ସହଯୋଗର ହାତ ବଢେଇଛନ୍ତି 

ଝରୁଛି ରକ୍ତ ବଦଳରେ ରକ୍ତ ହୃଦୟରୁ।


ଏବେ ତୁ ଖୁସି ଲାଗୁଛୁ

ସେଥିପାଇଁ ସ୍ନାନ ମଣ୍ଡପେ 

ସବୁରି ସମ୍ମୁଖେ ରକତେ ସ୍ନାନ କରୁଛୁ,

ଧନ୍ଯ ତୋର ପ୍ରଭୁ ପଣ ----

ଯାହାଲାଗି ବିଶ୍ୱରେ ପଡୁଥିଲା ହୁରି

ଆଜି ସେ ସବୁ ଅକାରଣ 

ସେଥିପାଇଁ ବୋଧହୁଏ ଶୁଣୁଛୁ ଅପମାନ।


ହେ ଦଇବ, ତୁ ତ ସାଜିଲୁ ଶତୃ

ବନ୍ଧୁ ପଣେ ତୋତେ ଡାକିଥିଲି

ସାହା ହେବୁ ତୁ କେଉଁ କାଳକୁ?

ତୋ ନାମେ ସାରା ବିଶ୍ୱରେ 

କାଲି ଭଲରେ, 

ଆଜି ମନ୍ଦରେ ଡିଣ୍ଡିମ ବାଜୁଛି ।


©️ପ୍ରହ୍ଲାଦ ସାହୁ

🏠ନିୟୂଦିଲ୍ଲୀ 

📲୯୫୪୦୫୩୧୨୭୪

ବାବା ଭୋଳାଶଙ୍କର - ପ୍ରହ୍ଲାଦ ସାହୁ

 🌼🪻🌼ବାବା ଭୋଳାଶଙ୍କର 🌼🪻🌼

🌼🪻🌼🪻🌼🪻🌼🪻🌼🪻🌼🪻🌼


ହେ ପ୍ରଭୁ ଜଟାଜୂଟଧାରୀ ତ୍ରିଲୋଚନ ଭୋଳାଶଙ୍କର 

ମୃତ୍ୟୁଞ୍ଜୟ ନାମେ ଡିଣ୍ଡିମ ବଜାଉ ସାରା ସଂସାରର ।


ଶଙ୍କା ଆଶଙ୍କାର  ତୁହି ଏକା  ଅଟୁ ବିନାଶ କାରକ 

ତୋର କୃପାହେଲେ ମୃତ୍ଯୁଦୂତ ସାଜିଥାଏ ପଳାତକ ।


ଭୋଲେବାବା ସାଜି ସର୍ବ ମନସ୍କାମ ପୁରା କରିଥାଉ

ଭକ୍ତକୁ  ବର  ପ୍ରଦାନି  ନିଜ ସ୍ଥିତି  ନିଜେ ଭୁଲିଯାଉ ।


ତୋର ନାମେ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଭକ୍ତଜନ

ଶାପ ମୁକ୍ତ ହୋଅନ୍ତି ଭକ୍ତି ମାର୍ଗେ କରି ବିଧି ବିଧାନ ।


ତୁହି ପରା ତ୍ୟାଗୀ କାମୁକନାଶନ ପରମ ବୈରାଗୀ

ତୋର ସଙ୍ଗେ ଥାଆନ୍ତି ବୃଷଭ ଇନ୍ଦୁର ଶାର୍ଦ୍ଦୁଳ କେକୀ ।


ହସ୍ତେ ଶୋଭିତ ଡମ୍ବରୁ ତ୍ରିଶୂଳ ଆହେ ତ୍ରିଶୂଳଧାରୀ

ଭୂଜଙ୍ଗ ଭୂଷଣ  ନିତ୍ଯ  ନିରଞ୍ଜନ  ପ୍ରଭୁ ଶୂଳପାଣି ।


ଚମ୍ପା, ନାଗଚମ୍ପା, ଧାତୁରା, କେତକୀ ସହିତ ଗୟସ 

ପୂଜିତ ବିଲ୍ଵପତ୍ର ସଙ୍ଗେ  ଶହେ ଆଠ ଜଳ କଳସ ।


ମସ୍ତକେ ଗଙ୍ଗାମାତା ଅର୍ଦ୍ଧଚନ୍ଦ୍ର ଧାରଣ କରି ତୁହି 

ପ୍ରଳୟ କାଳେ ଉଦ୍ଧାରୁ ବିଶ୍ବ ନଟରାଜ ନୃତ୍ଯ କରି ।


ସର୍ବ ହିତେ ସର୍ବକାଳେ ସର୍ବ ପ୍ରାଣୀ ଉଦ୍ଧାରିଛୁ ପ୍ରଭୁ

କେଉଁ ଦୋଷେ ରେଳ ପଥେ ନୀରିହ ପ୍ରାଣ ନେଲୁ?


ଉମା ପତି  ପ୍ରଭୁ ମହେଶ  ବିଶ୍ବ ତାରକ  ନୀଳକଣ୍ଠ 

ଆଶିଷ ଦିଅ ଆହେ ଆଶୁତୋଷ ଦୁଃଖ ହେଉ ଖଣ୍ଡନ।।


©️ପ୍ରହ୍ଲାଦ ସାହୁ

🏡ନିୟୂଦିଲ୍ଲୀ

📱୯୫୪୦୫୩୧୨୭୪

ଗୁରୁ ପୂର୍ଣ୍ଣିମା - ପ୍ରହ୍ଲାଦ ସାହୁ

🌷🌷ଗୁରୁ ପୂର୍ଣ୍ଣିମା 🌷🌷

🌷🌷🌷🌷🌷🌷🌷

ଗୁରୁ ପୂର୍ଣ୍ଣବ୍ରହ୍ମ ଗୁରୁ ହିଁ ଆୟୁଧ 

ଗୁରୁ ଅବଧାନ ମାନ;

ଗୁରୁ ପୂର୍ଣ୍ଣଯୋଗ ଗୁରୁ ହିଁ ପୂଣ୍ଯତଃ 

ଗୁରୁ ମାନ ଅଭିମାନ ।


ଗୁରୁ ଗରୀୟାନ ଗୁରୁ ହିଁ ମହାନ

ଗୁରୁ ପିତା ମାତା ଈଶ;

ଗୁରୁ ପଥଦ୍ରଷ୍ଟା ଗୁରୁ ହିଁ ନମନ

ଗୁରୁ ଦିଅନ୍ତି ଆଶିଷ ।


ଗୁରୁ ମହେଶ୍ବର ଗୁରୁ ହିଁ ପରମ

ଗୁରୁ ଜ୍ଞାନ ବୁଦ୍ଧି ଦାତ୍ତା;

ଗୁରୁ ଅଣାକାର ଗୁରୁ ହିଁ ଧରମ

ଗୁରୁ ଜୀବନର ଆସ୍ଥା ।


ଗୁରୁ ନିରାକାର ଗୁରୁ ହିଁ ଭକତି

ଗୁରୁ ଶମ ଦମ କ୍ଷମା;

ଗୁରୁ ନିର୍ବିକାର ଗୁରୁ ହିଁ ଶକତି

ଗୁରୁ ସାକ୍ଷାତ ଉପମା ।


ଗୁରୁ ମହାସିଦ୍ଧ ଗୁରୁ ହିଁ ପ୍ରବୁଦ୍ଧ 

ଗୁରୁ ପ୍ରାଣ ପ୍ରୀୟ ମିତ;

ଗୁରୁ ଗଙ୍ଗାଜଳ ଗୁରୁ ହିଁ ନିର୍ମଳ

ଗୁରୁ ଥିଲେ ନାହିଁ ଭୀତ ।


ଗୁରୁ ବ୍ଯାସଦେବ ଗୁରୁ ହିଁ ବିଜ୍ଞାନୀ

ଗୁରୁ ଜନ୍ମିଲେ ଆଷାଢେ;

ଗୁରୁ ପୂର୍ଣିମାକୁ ଗୁରୁ ହିଁ ଲେଖିଲେ 

ଗୁରୁ ସର୍ବଶ୍ରେଷ୍ଠ ଅଟେ ।


ଗୁରୁ ଉଚ୍ଚମନା ଗୁରୁ ହିଁ ଶିକ୍ଷକ 

ଗୁରୁ ମୁକ୍ତି ପ୍ରଦାୟକ;

ଗୁରୁ ଦିବ୍ଯାଲୋକ ଗୁରୁ ହିଁ ରକ୍ଷକ

ଗୁରୁ ମାରଗ ଦର୍ଶକ ।


ଗୁରୁ ମହୀୟାନ ଗୁରୁ ହିଁ ମାଧବ

ଗୁରୁ ନିତ୍ଯ ନିରଞ୍ଜନ;

ଗୁରୁ ଦିବ୍ଯଜ୍ଞାନୀ ଗୁରୁ ହିଁ ସାଧକ

ଗୁରୁ ସତ୍ଯ ଚିରନ୍ତନ ।


ଗୁରୁ ଜ୍ଞାନଗଙ୍ଗା ଗୁରୁ ହିଁ ଚେତନା

ଗୁରୁ ପ୍ରୀୟ ହୁଅ ଶିଷ୍ଯ;

ଗୁରୁ ସ୍ନେହରଙ୍କା ଗୁରୁ ହିଁ ଆପଣା

ଗୁରୁ ସଙ୍ଗ କର ନିତ୍ଯ  ।


ଗୁରୁ ପରଂବ୍ରହ୍ମ ଗୁରୁ ହିଁ ବିଶେଷ 

ଗୁରୁ ମଣି ମୁକ୍ତା ହୀରା;

ଗୁରୁ ମହାଦୃମ ଗୁରୁ ହିଁ ବିଶ୍ବାସ 

ଗୁରୁ ଜଗତେ ନିଆରା ।


ଗୁରୁ ପୂର୍ଣ୍ଣିମାରେ ଗୁରୁ ହିଁ ପୂଜିତ 

ଗୁରୁ ପୂଜା କଲେ ମୁକ୍ତି;

ଗୁରୁ କୃପାକଲେ ଗୁରୁ ହିଁ ବନ୍ଦିତ

ଗୁରୁ ବିନା ନାହିଁ ସ୍ଥିତି ।


©️ପ୍ରହ୍ଲାଦ ସାହୁ 

🏠ନିୟୂଦିଲ୍ଲୀ

📱୯୫୪୦୫୩୧୨୭୪

🙏🪷🙏🪷🙏

ଜୀବନ - ପ୍ରହ୍ଲାଦ ସାହୁ (ନିୟୂଦିଲ୍ଲୀ)

🪷🪷🪷 ଜୀବନ 🪷🪷🪷

🪷🪷🪷🪷🪷🪷🪷🪷


ହେ ଜୀବନ ! 

ବଞ୍ଚିବାର ରାହା ଖୋଜୁ ଖୋଜୁ 

ଚାଲିଛି ମୁଁ ଅନେକ ବାଟ, 

ଏ ଅସରନ୍ତି ବାଟ ସରିଯିବ

କିନ୍ତୁ .......

ତୋତେ ସାର୍ଥକ କରିବାର ଅଭିପ୍ରାୟ, 

କାଲି ଥିଲା ଅବଦମତି,

ଆଜି ବି ଅଭିପ୍ସିତ,

ଜୀବକୁ ଜୀବନର ସଜ୍ଞା ପଚାରି 

ନିଜକୁ ହତୋତ୍ସାହିତ କରି କି ଲାଭ!

ତଥାପି ଜୀବନର ମୂଲ୍ଯବୋଧ ଖୋଜୁଥିବା

ଏ ବେସାହାରା ପଥିକଟି 

ଅକାଳରେ ଝରିଯିବା ପୂର୍ବରୁ 

ଜୀବନର ସଜ୍ଞା ହେଉ ନିରୂପିତ। 


ପାପ ପୂଣ୍ଯ, ମିଛ ସତ ଦେଖି ଦେଖି

ଅସହ୍ଯ ହେଲାଣି ପ୍ରାଣ

ନିଜ ଲୋକ ନିଜର ନହୁଏ ଏଠି

କାହିଁକି ଖାଉଛି ମୁଁ ରାଣ।


ବାଦ ଅପବାଦ ସଙ୍ଗେ 

      ଯଶ କୀର୍ତ୍ତି ବି ଲଭିଛି 

ଜାଣେ ନାହିଁ କେତେ ପୂଣ୍ଯ 

        ସେପାରିକୁ ସଞ୍ଚିଛି।


ସବୁ ଖାଲି ପ୍ରତାରଣା, ପ୍ରହେଳିକା,

ଅଙ୍ଗୀକାର ହେବାର ନିଷ୍ପତ୍ତି 

ବେଳେ ବେଳେ ହତାଶ କରୁଛି,

ମିଛ କୁହୁଡିରେ ପହଁରି ପହଁରି ମୁଁ 

ଜୀବନକୁ ଧ୍ବସ୍ତ ବିଧ୍ବସ୍ତ କରୁଛି, 

ବଞ୍ଚିବାର ରାହା ଖୋଜୁ ଖୋଜୁ 

ଜୀବନକୁ ଦୁର୍ବିସହ କରିଚାଲିଛି।


ପିତା ମାତା କନ୍ଯା ଦାରା ସୁତ କରିଛି ନିଜର

ଧନ ଧାନ୍ଯ ମିତ୍ର ନୁହଁ ସାଥି ଅନ୍ତ ସମୟର । 


ବାଲ୍ଯରେ ଚପଳମତୀ, 

      କୈଶୋରର ଉଦ୍ଦାମତା 

ଯୌବନେ କର୍ମମୟ, 

    ପ୍ରୌଢତ୍ବ ବିବଷ ପ୍ରତିଷ୍ପର୍ଦ୍ଧା 

ବାର୍ଦ୍ଧକ୍ଯ ହରି ଭରସା ଏଇତ ଜୀବନର ଅନ୍ତିମତା ! 


କିଛି ପାଇବାର ଆଶାରେ 

ପାପ ବି କରିଛି, 

କିଛି ହରେଇବାର ଦୁଃଖରେ 

ପୂଣ୍ଯ ବି କମେଇଛି,

କିନ୍ତୁ ଜୀବନ ଜୀଇଁବାର ଅର୍ଥ 

ଏବେ ବି ମୁଁ ଖୋଜୁଛି ,,,,,

                   

ଶରୀର ମୋ ହେଲାଣି କ୍ଷୀଣ ପୁଣି ମନ ବି କ୍ଳାନ୍ତ 

କେ ଜାଣେ କେବେ ହେବ ଏହି ପ୍ରତୀକ୍ଷାର ଅନ୍ତ ।


ସବୁ ମିଛ ଭିତରେ ଜୀବନଟା ସିନା ଏକା ସତ୍ଯ 

ଜୀବ ଚାଲିଗଲେ ଜୀବନର ଅର୍ଥ ରାମ ନାମ ସତ୍ଯ। 


ପ୍ରହ୍ଲାଦ ସାହୁ

ନିୟୂଦିଲ୍ଲୀ

🪷🪷🪷

ଆଜିର ବିବାହ : ବୈଦିକ ସଂସ୍କାର ଓ ବଦଖର୍ଚ୍ଚ

ବିବାହ : ବୈଦିକ ସଂସ୍କାର ଓ ବଦଖର୍ଚ୍ଚ

********^^^^^********

ଏଇ ସଦ୍ୟ ସଦ୍ୟ ଯାଇଛି ଦେବଶୟନ ଏକାଦଶୀ। ଆରମ୍ଭ ହୋଇଛି ଚତୁର୍ମାସ୍ୟା ବା ଅଶୁଦ୍ଧ କାଳ। ଅର୍ଥାତ ଚାରିମାସ ଲାଗି ମାଙ୍ଗଳିକ କାର୍ଯ୍ୟ ହେବ ନାହିଁ। ତ୍ରାହି ମିଳିଛି ବରଯାତ୍ରୀ ରୋଷଣୀ ନାଁ ରେ କାନଫଟା DJ ଆଉ ଅଧରାତି ଯାଏଁ ବାଣ ଫୁଟା ଶବ୍ଦରୁ। 

ଆଜି ସେଇ ବିବାହ ବାବଦରେ କିଛି….....

ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ଗୋଟିଏ ବର୍ଷରେ ବିବାହରେ ଯେତିକି ଖର୍ଚ୍ଚ ହୁଏ, ତାହା ଅନେକ ଦେଶର GDP ଠାରୁ ଅଧିକ।

ସନାତନ ଧର୍ମରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଯାହା ଉତ୍ତମ୍ ସମାଜ ଓ ପରବର୍ତ୍ତୀ ପିଢ଼ି ଗଢିବାର ପ୍ରଥମ ସୋପାନ। ସେଥିପାଇଁ ବିବାହରେ ବର-କନ୍ୟା ଙ୍କୁ ଲକ୍ଷ୍ମୀ ନାରାୟଣ ଭାବେ ବିବେଚନା କରି ସମସ୍ତ ରୀତିନୀତି କରାଯାଏ। ଅତିଥି ମାନଙ୍କୁ ଦେବଗଣ ତୁଲ୍ୟ ବିଚାର କରାଯାଏ ବୋଲି ଗୁଆ ଦେଇ ନିମନ୍ତ୍ରଣ, ଆସିବାରେ ଅଭ୍ୟର୍ଥନା, ନୂତନ ବସ୍ତ୍ର ଓ ଯିବା ବେଳେ ଦକ୍ଷିଣା ଦିଆଯାଏ। ସେଥିପାଇଁ ନିଜ ପରିବାର ପରିଜନ (ଯେଉଁମାନେ ନିଷ୍ଠା ପୂର୍ବକ ସ୍ବଧର୍ମ ପାଳନ କରୁଛନ୍ତି ବୋଲି ଜାଣି ନିଶ୍ଚିତ ଥାନ୍ତି) ମାନଙ୍କୁ ହିଁ ନିମନ୍ତ୍ରଣ ଦିଆଯାଏ।

କିନ୍ତୁ ଆଜିକାଲି ବିବାହ ଆଉ ଏକ ସଂସ୍କାର ନୁହେଁ ବରଂ ଗୋଟେ ଇଭେଣ୍ଟ ବା ପରିଣାମ ଯାହା ଭଲ କୁ କି ମନ୍ଦ କୁ ଭବିଷ୍ୟତ କହିବ।

ନିର୍ବନ୍ଧ ହେଉ ବା ବିବାହ ପୂର୍ବରୁ ହେଉଥିବା ଅନ୍ୟାନ୍ୟ ରୀତି, ସେସବୁ ପରିବାର ପରିଜନଙ୍କ ଉପସ୍ଥିତି ରେ ଘର ଭିତରେ ହେଉଥିଲା। କୌଣସି ଦେଖାଣିଆ ନାଟକ ବା ତାମଝାମ ନଥିଲା। ସେହି ଦମ୍ପତି ମାନେ ବର୍ତ୍ତମାନର ଦମ୍ପତିଙ୍କ ଠାରୁ ଅଧିକ ସୁଖୀ ଥିଲେ (କାରଣ ଏତେମାତ୍ରାରେ ଛାଡପତ୍ର ଓ ବିବାହୋତ୍ତର ସମ୍ପର୍କ ଦୃଷ୍ଟିରେ ନଥିଲା)। 

କିନ୍ତୁ ସମାଜ ଓ ସୋସିଆଲ ମିଡିଆରେ ଦେଖେଇ ହେବା ପାଇଁ ବର୍ତ୍ତମାନ କାହାରିକୁ ଆଉ ହୋସ ରହୁନି, କଣ କରିବା ଉଚିତ, କଣ ନୁହେଁ।

ନିଜକୁ ଅନ୍ୟଠାରୁ ଅଧିକ ବିତ୍ତଶାଳୀ/ଧନୀ ଓ ଆଧୁନିକ ଦେଖାଇବା ଚକ୍କରରେ ଦେଖାଣିଆ ପଣ ସୀମାପାର ହୋଇସାରିଛି। ଅଠଚାଳିଶ କିଲୋ ଝିଅକୁ ପଚାଶ କିଲୋର ଲେହେଁଗା ଭାରି ଲାଗୁନି। ବାପା ବୋଉଙ୍କ ସଂସ୍କାର ଆଗରେ କିଲୋ କିଲୋ ମେକପ ହାଲୁକା ଲାଗୁଛି। ପ୍ରତି ଇଭେଣ୍ଟ ରେ ଘଣ୍ଟା ଘଣ୍ଟା ଧରି ଫୋଟୋସୁଟ କରାଇବା ବେଳେ ଆଦୌ ଥକା ଲାଗୁନି, କିନ୍ତୁ ବିବାହ କର୍ମକାଣ୍ଡ ଆରମ୍ଭ ହେବା ମାତ୍ର, “ନନା ଜଲ୍ଦି କର, କେତେ ଲମ୍ବା ଚୌଡା ପ୍ରସେସ ମ !” କହିବାକୁ ଲଜ୍ଜା ବି ଲାଗୁନି।

ଧିରେ ଧିରେ ଏଇ ବାହାଘର ବଦଖର୍ଚ୍ଚ ଏକ ସାମାଜିକ ବ୍ୟାଧି ବା ବାଧ୍ୟବାଧକତା ହେଲାଣି। ଆମ ଓଡ଼ିଆ ପରମ୍ପରା ଓ ବିବାହ ପଦ୍ଧତିରେ ନଥିବା ହଳଦୀ, ସଙ୍ଗୀତ, ମୁସଲମାନଙ୍କ ମେହେନ୍ଦୀ ଓ ଖ୍ରୀଷ୍ଟିଆନ ଙ୍କ ରିଙ୍ଗ ସେରେମୋନି  ନାମକ ଅନାବଶ୍ୟକ ବଦଖର୍ଚ୍ଚ ଓ ବିକୃତି ଜୋରରେ ମାଡିଚାଲିଛି। 

ଆଗରୁ ବାଡୁଅ ପାଣି ଗାଧୋଇବା ବେଳେ ପରିବାରର ଗୁରୁଜନ ମହିଳା ମାନେ ହଳଦୀ ଲଗେଇ ମଙ୍ଗୁଳା ପାଣିରେ ଗାଧୋଇ ଦେଉଥିଲେ। ଝିଅ ମା ଗୋଡ଼ରେ ବସୁଥିଲା। ସବୁକିଛି ସେଇ ଘର ଅଗଣାରେ ହେଉଥିଲା ଯେଉଁଠି ସେ ବଢିଛି। ସେ ରୀତିରେ ଆବେଗ ଥିଲା। ହୁଳହୁଳି ଭିତରେ ପାଣି ଢାଳିବା ବେଳେ ସମସ୍ତେ ଲୁହରେ ଭିଜୁଥିଲେ ଝିଅକୁ ବିଦା କରିବା କଥା ଭାବି। ହେଲେ ଏବେ ସେଥିପାଇଁ ବିଧିବଦ୍ଧ ଷ୍ଟେଜ ତିଆରି ହେଉଛି। ସମସ୍ତେ ହଳଦିଆ ପୋଷାକ ପିନ୍ଧି ସିନେମା ଷ୍ଟାଇଲରେ ଯାତ୍ରା ଚାଲୁଛି। ଆବେଗ ଓ ସଂସ୍କାର ନକହିଲେ ଭଲ।

ଆଉ ଏକ ଯାତ୍ରା ହେଉଛି ପ୍ରି ୱେଡିଙ୍ଗ ଫୋଟୋସୁଟ। ହିନ୍ଦୁ ବିବାହ ସଂସ୍କାର ଅନୁସାରେ ବିବାହ ଦିନରେ ବି କେତେକ ନିର୍ଦିଷ୍ଟ କର୍ମ ହେବାଯାଏ ବର କନ୍ୟା ପରସ୍ପର ମୁହଁ ଦେଖିବେ ନାହିଁ। ହେଲେ ଫୋଟୋସୁଟ ଲାଗି ଯେତିକି ଯାତ୍ରା ଆଉ ଉଦବାର୍ଯ୍ୟ ଦୁଷ୍କର୍ମ ହେଉଛି ସେସବୁ ନକହିବା ଭଲ। ତା ଉପରେ ରହିଛି ହଳଦୀ,ମେହେନ୍ଦୀ, ସଙ୍ଗୀତ ର ଥିମ୍ ପାର୍ଟି, ବ୍ୟାଚେଲର ପାର୍ଟି, ଏ ସବୁଥିପାଇଁ ଡିଜାଇନର ଲେହେଁଗା, DJ, ଷ୍ଟେଜ, ସାଜସଜ୍ଜା ଇତ୍ୟାଦି। 

ବାପା ଅସାମର୍ଥ୍ୟ ବ୍ୟକ୍ତ କଲେ ପୁଅ ଝିଅ ନିଜ ଆଡୁ କହୁଛନ୍ତି ‘ଥରେ ବାହାଘର ହେବ’ ତେଣୁ ଏସବୁ କର। ସେଇ ଅର୍ଥ ନିଜର କିମ୍ବା ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଏମିତି ବଦଖର୍ଚ୍ଚ କରିବାକୁ କହିବା ସ୍ୱାର୍ଥପର ଓ ଲଜ୍ଜାହୀନ ଆଚରଣ ନୁହେଁ ତ ଆଉ କଣ ?

କିଛି ବର୍ଷ ପୂର୍ବେ ନିଜ ପାରିବା ଠାରୁ ଅଧିକ ଭବ୍ୟ ରିସେପସନ ଭୋଜିର ଅନ୍ଧଦୌଡ଼ ଆରମ୍ଭ ହୋଇଥିଲା। ଯାହା ଧିରେ ଧିରେ ଏକ ସାମାଜିକ ବାଧ୍ୟତା ପାଲଟିଗଲା। ଏଥିରେ ସବୁଠାରୁ ଅଧିକ ପେଶୀ ହୁଅନ୍ତି ମଧ୍ୟବିତ୍ତ ପରିବାର। ଏସବୁ ଭିତରେ ଲାଭ କରନ୍ତି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଗୁଡିକ।

କେହି ସେ ବାପ ଭାଇଙ୍କ କଥା ଭାବୁ ନାହାନ୍ତି ଯିଏ ଜୀବନ ସାରା ପରିଶ୍ରମ କରି ରୋଜଗାର କରିଥିବା ଅର୍ଥ ଏମିତି ଫାଲତୁ ଦେଖାଣିଆ ଯାତ୍ରାରେ ଅପଚୟ କରିବାକୁ ବାଧ୍ୟ ହେଉଛନ୍ତି କେବଳ ଏଇଥିପାଇଁ ଯେ ବୃଦ୍ଧାବସ୍ଥାରେ କେହି ନକହୁ “ତୁମେ ମୋ ଲାଗି କଣ କରିଥିଲ ଯେ !”

ସମାଜକୁ ଓ ପରିବାର ମାନଙ୍କୁ ଏଦିଗରେ ଏବେଠାରୁ ସତର୍କ ହେବାକୁ ପଡ଼ିବ। ନହେଲେ ଦେଖାଣିଆ ବଦଖର୍ଚ୍ଚ ବୋଝ ତଳେ ଚାପି ହୋଇ ବୈଦିକ ବିବାହ ସଂସ୍କାର ଲୋପ ପାଇଯିବ।

ଏବେ କେତୋଟି ସାମାନ୍ୟ ପ୍ରଶ୍ନ, ନିଜେ ବିଚାର କରିବେ

ସୂର୍ଯ୍ୟାସ୍ତ ପରେ ବେଦ ପାଠ ନିଷିଦ୍ଧ, ତେବେ ରାତିରେ ବିବାହ କାହିଁକି (ମୋଗଲ କାଳରେ ସେମାନେ ହିନ୍ଦୁ କନ୍ୟାକୁ ଉଠାଇ ନେଉଥିଲେ ବୋଲି ରାତି ଅନ୍ଧାରରେ ଲୁଚିକି ବାହାଘର ହେଉଥିଲା)। 

ଏବେ କାହା ଭୟ ?

ବଉଳପାଟ ଓ ଆମ ପାରମ୍ପରିକ ବିବାହ ବସ୍ତ୍ରକୁ ଛାଡି କାହିଁକି କନ୍ୟା ଲେହେଁଗା ପିନ୍ଧିବ ? ବର କାହିଁକି ଧୋତି କୁର୍ତ୍ତା ଛାଡି ଇଂରେଜ ବେଶ ଧାରଣ କରିବ ? 

ବହୁତ୍ ସୁନ୍ଦର୍ ଭାରତୀୟ ପରିଧାନ ଅଛି ।

ଯେଉଁମାନେ ଦେବଗଣ ଭାବେ ନିମନ୍ତ୍ରିତ, ସେମାନେ ମଦ ମାଂସ ଖାଇ ବୈଦିକ କାଣ୍ଡରେ ଯୋଗ ଦେଉଛନ୍ତି କେମିତି ?

ପ୍ରି ୱେଡିଙ୍ଗ ଫୋଟୋସୁଟ, ହଳଦୀ, ମେହେନ୍ଦୀ, ସଙ୍ଗୀତ, ବ୍ୟାଚେଲର ପାର୍ଟି ଇତ୍ୟାଦିର ବୈଦିକ ସଂସ୍କାରରେ ଉଲ୍ଲେଖ ଅଛି କି ?

ଯଦି ସଂସ୍କାର କରିବାର ଅଛି ତାହା ଯେମିତି ହେବା ଉଚିତ ସେମିତି ହେଉ। ସେଥିରେ ଅପମିଶ୍ରଣ ଠିକ କି ?

ଏସବୁ ଦେଖାଣିଆ କାମରେ ନୁହେଁ ବରଂ କର୍ମକାଣ୍ଡ ଯେପରି ସଠିକ ଭାବରେ ହୁଏ, ସେଥିରେ ଧ୍ୟାନ ଦେଲେ ବିବାହର ଗୁରୁତ୍ୱ ରହିବ କାରଣ 

ସନାତନ ବା ହିନ୍ଦୁ ଧର୍ମରେ ଥିବା ୧୬ ସଂସ୍କାର ରୁ ବିବାହ ହେଉଛି ଏକ ପ୍ରମୁଖ ଓ ଶ୍ରେଷ୍ଠ ସଂସ୍କାର।

************************************************

ଆଜିର ବିବାହ ଦୁଇ ଆତ୍ମାର ମିଳନ ନୁହେଁ ବରଂ Just an Event

************************************************