🌼🪻🌼ବାବା ଭୋଳାଶଙ୍କର 🌼🪻🌼
🌼🪻🌼🪻🌼🪻🌼🪻🌼🪻🌼🪻🌼
ହେ ପ୍ରଭୁ ଜଟାଜୂଟଧାରୀ ତ୍ରିଲୋଚନ ଭୋଳାଶଙ୍କର
ମୃତ୍ୟୁଞ୍ଜୟ ନାମେ ଡିଣ୍ଡିମ ବଜାଉ ସାରା ସଂସାରର ।
ଶଙ୍କା ଆଶଙ୍କାର ତୁହି ଏକା ଅଟୁ ବିନାଶ କାରକ
ତୋର କୃପାହେଲେ ମୃତ୍ଯୁଦୂତ ସାଜିଥାଏ ପଳାତକ ।
ଭୋଲେବାବା ସାଜି ସର୍ବ ମନସ୍କାମ ପୁରା କରିଥାଉ
ଭକ୍ତକୁ ବର ପ୍ରଦାନି ନିଜ ସ୍ଥିତି ନିଜେ ଭୁଲିଯାଉ ।
ତୋର ନାମେ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଭକ୍ତଜନ
ଶାପ ମୁକ୍ତ ହୋଅନ୍ତି ଭକ୍ତି ମାର୍ଗେ କରି ବିଧି ବିଧାନ ।
ତୁହି ପରା ତ୍ୟାଗୀ କାମୁକନାଶନ ପରମ ବୈରାଗୀ
ତୋର ସଙ୍ଗେ ଥାଆନ୍ତି ବୃଷଭ ଇନ୍ଦୁର ଶାର୍ଦ୍ଦୁଳ କେକୀ ।
ହସ୍ତେ ଶୋଭିତ ଡମ୍ବରୁ ତ୍ରିଶୂଳ ଆହେ ତ୍ରିଶୂଳଧାରୀ
ଭୂଜଙ୍ଗ ଭୂଷଣ ନିତ୍ଯ ନିରଞ୍ଜନ ପ୍ରଭୁ ଶୂଳପାଣି ।
ଚମ୍ପା, ନାଗଚମ୍ପା, ଧାତୁରା, କେତକୀ ସହିତ ଗୟସ
ପୂଜିତ ବିଲ୍ଵପତ୍ର ସଙ୍ଗେ ଶହେ ଆଠ ଜଳ କଳସ ।
ମସ୍ତକେ ଗଙ୍ଗାମାତା ଅର୍ଦ୍ଧଚନ୍ଦ୍ର ଧାରଣ କରି ତୁହି
ପ୍ରଳୟ କାଳେ ଉଦ୍ଧାରୁ ବିଶ୍ବ ନଟରାଜ ନୃତ୍ଯ କରି ।
ସର୍ବ ହିତେ ସର୍ବକାଳେ ସର୍ବ ପ୍ରାଣୀ ଉଦ୍ଧାରିଛୁ ପ୍ରଭୁ
କେଉଁ ଦୋଷେ ରେଳ ପଥେ ନୀରିହ ପ୍ରାଣ ନେଲୁ?
ଉମା ପତି ପ୍ରଭୁ ମହେଶ ବିଶ୍ବ ତାରକ ନୀଳକଣ୍ଠ
ଆଶିଷ ଦିଅ ଆହେ ଆଶୁତୋଷ ଦୁଃଖ ହେଉ ଖଣ୍ଡନ।।
©️ପ୍ରହ୍ଲାଦ ସାହୁ
🏡ନିୟୂଦିଲ୍ଲୀ
📱୯୫୪୦୫୩୧୨୭୪
No comments:
Post a Comment