"ସ୍ୱଧର୍ମେ ନିଧନମ୍ ଶ୍ରେୟଃ ପର ଧର୍ମ ଭୟାବହ"
ଥରେ ଭାବିଦେଖନ୍ତୁ.......!!!
ଏବେ ଆଉ କିଛି ପରମ୍ପରା ଓ ସଂସ୍କୃତି ବଞ୍ଚିଛି ତ......?
ଏତେ ବଡ ସଂସ୍କୃତି, ପରମ୍ପରା ଓ ସନାତନ ଧର୍ମ ପାଇଁ
ଆମର ଅବଦାନ କଣ …….??
ନିଜକୁ ଥରେ ପଚାରନ୍ତୁ, ସାମାଜିକ ଦୃଷ୍ଟିକୋଣରୁ ଆମେ ଆମ ସଂସ୍କୃତି
ଓ ପରମ୍ପରାକୁ ଛାଡି କେତେ ଆଗେଇ ଯାଇଛେ …..???
ଆମର ଭବିଷ୍ୟତ କେଉଂଠି .......!!!
ମଣିଷ କାମ ଧନ୍ଦା ବା ଚାକିରୀ ଆଶାରେ ସେ ଏବେ ସହରାଭିମୁଖୀ ହେଇଛି |
ପୁଣି ଚାକିରୀ କରୁଥିବା ସେହି ମଣିଷଟା ଚାକିରୀ ଚାଲିଗଲେ କଣ କରିବ ସେ
ଚିନ୍ତାରେ ଭି ଅସ୍ଥୀର |
ସେ ଚାକିରୀ କରୁଛି କିନ୍ତୁ ସତେଯେମିତି ସେ ଗୋଟେ ମେସିନ ପାଲଟି ଯାଇଛି |
ଯେଉଁ ମଣିଷଟା ବିବାହ ପୂର୍ବରୁ ସମସ୍ତକଂର ଥିଲା, ସେ ଆଜି କାହାର ?
ନା ବାପା ମାଆକଂର, ନା ପିଲା-ଛୁଆକଂର, ନା ପତ୍ନୀର…………,
ବାପା ମାଆ ପିଲା ଜନ୍ମ କରି ବି ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ |
ସେମାନଂକ ଭବିଷ୍ୟତ କେଉଂଠି
- ବୃଦ୍ଧାଶ୍ରମ, ଜରାଶ୍ରମ ନା ଆଉ କେଉଂଠି ?
ବିଦେଶରେ ଚାକିରୀ କରୁଥିବା ସେହି ମଣିଷଟା …….
କେବେକଣ ଭାବିଥିଲା ନିଜ ଲୋକଠାରୁ ଧୀରେ ଧୀରେ ଦୂରେଇ ଯିବବୋଲି?
ଅତୀତରେ ମଣିଷ ତ ଏପରି ନ ଥିଲା……!!!
ଆଜି ଆମେ ଭବିଷ୍ୟତର ଚିନ୍ତାରେ ଅତୀତକୁ ଭୁଲି ବର୍ତମାନକୁ ଖରାପ କରୁଛୁ
|
ଦୋ ପଇସା ଅଧିକ ରୋଜଗାର କରି ଟିକିଏ ଶାନ୍ତିରେ ରହିବାକୁ ଯାଇ ଅଶାନ୍ତର
ବଳୟରେ ପେସି ହେଇଯାଇଛନ୍ତି |
ଯେମିତି ଆମେ ବଦଳୁଛେ - ଆମର ପତନ ସୁନିଶ୍ଚିତ |
ଆମେ ହିନ୍ଦୁ, ଭାରତୀୟ, ସନାତନୀ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ଯ ନା
ଶୁଦ୍ର ……..???
ଆଜି ହିନ୍ଦୁ ନିଜ ପରିଚୟ ଓ ନିଜ ସଂସ୍କୃତିଠାରୁ ବହୁ ଦୂରରେ |
ଆଧୁନିକତାର ପ୍ରହେଳିକାରେ ପାଶ୍ଚାତ୍ୟର ମୋହରେ ଲୁପ୍ତ ହୋଇଗଲା ଗୁରୁକୁଳର
ଶିକ୍ଷା, ଯାଗ-ଯଜ୍ଞ, ଶସ୍ତ୍ର-ଶାସ୍ତ୍ର, ନିତି-ନିୟମ ଇତ୍ୟାଦି |
ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଓ ପାଶ୍ଚାତ୍ୟ ସଭ୍ୟତାର ଅବହାୱା ଆଜି
ଆମ ସଂସ୍କୃତି ଓ ପରମ୍ପରାକୁ ବ୍ୟପର୍ଯ୍ୟସ୍ତ କରିଦେଇଛି |
ଚିନ୍, ଋଷ, ଇଟାଲୀ, ସ୍ପେନ୍, ଜର୍ମାନୀ, ଜାପାନ ସମସ୍ତେ ନିଜର ମାତୃଭାଷାକୁ
ଶିକ୍ଷା ବ୍ୟବସ୍ଥାରେ ଗୁରୁତ୍ୱ ଦେଇଛନ୍ତି | କିନ୍ତୁ ଆମେ....??
ଆମେ ଆମ ସଂସ୍କୃତିରୁ ବିମୁଖ ହୋଇନାହେଁ ତ ନିଜେ ଲୁପ୍ତ ହେଉଛେ |
ଆଜି ପରିସ୍ଥିତି ଏପରି ଆମେ ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ
ଜୟଗାନ କରିବାକୁ ବି ଲଜ୍ଜ୍ଯା ବୋଧ କରୁଛୁ,
ଯେମିତି ଏକ ମହାପାପ କରୁଛୁ…….. |
ନିଜ ସଂସ୍କୃତିକୁ ନିଜେ ବଞ୍ଚାନ୍ତୁ…..!!!
ଆମ ଧର୍ମ ଓ ସଂସ୍କୃତି ପଥରେ ଚାଲି ଜଣେ ସାଧୁ ସନ୍ଥ ହୋଇପାରେ, କିନ୍ତୁ
ପାପି ତ ନୁହେଁନା ?
ଦୁନିଆ ବି ଆଜି ସନାତନ ସଂସ୍କୃତିକୁ ଆପଣାଉଛି, ହେଲେ ଆମେ ପାଶ୍ଚାତ୍ୟ
ସଂସ୍କୃତି ପଛରେ ଧାଇଁଛେ |
ସେମାନଙ୍କ ଧର୍ମରେ ଏତେ ବଦଗୁଣ ଥାଇବି, ସେମାନେ ନିଜ ଧର୍ମକୁ ଛାଡିନାହାନ୍ତି
|
ବୌଦ୍ଧମାନେ ନା
ଲଣ୍ଡା ହେବା ଛାଡିଲେ……?
ଶିଖ୍
ମାନେ
ନା ପଗଡି ବନ୍ଧା ଛାଡିଲେ……?
ଇସାଇ ନା
ରବିବାର ଦିନ ଚର୍ଚ୍ଚ ଯିବା ଛାଡିଲେ……?
ନା ମୁସଲମାନ ମାନେ
ନିଶ ରଖିଲେ, ନା ପାଞ୍ଚ ଥର ନମାଜ ପଢିବା ଛାଡିଲେ …..?
କିନ୍ତୁ
ହିନ୍ଦୁ – ???
à ମନ୍ଦିର
/ ମଠ / ପ୍ରାର୍ଥନା ଘର ଯିବାର ସଂସ୍କାର ଛାଡିଲେ……
à ଧୋତି,
କୁର୍ତ୍ତା, ପଗଡି ଛାଡିଲେ,
à ତିଲକ, ଚନ୍ଦନ, ପଇତା ଛାଡିଲେ,
à ସନ୍ଧ୍ୟା
ପ୍ରାର୍ଥନା ଛାଡିଲେ,
à ଚଉରାରେ
ପାଣି ଓ ସଂଧ୍ୟା ଦେବା ଛାଡିଲେ,
à ଶ୍ଳୋକ,
ରାମାୟଣ, ମହାଭାରତ ଓ ଗୀତା ପାଠ ଛାଡିଲେ,
à ବେଦ,
ଉପନିଷଦ ଅଧ୍ଯୟନ କରିବା ଛାଡିଲେ,
à ମହିଳା
ଓ ଝିଅ ମାନେ...ଶାଢୀ, ଓଢଣୀ, ଚୁଡି, ସିନ୍ଦୁର, ପୂଜା ପାଠ ଛାଡିଲେ |
à ଆମେ
ଆମ ମାତୃଭାଷା ଓ ସଂସ୍କୃତ ଛାଡିଲୁ,
à ପିଲାଙ୍କୁ
ଉଚିତ ସଂସ୍କାର ଦେବା ଛାଡିଲୁ,
à କେବଳ
ନିଜର, ପିଲାଙ୍କର, ଓ ସ୍ତ୍ରୀର ଖୁସି ପାଇଁ ଘର ସଂସାର ଛାଡିଲୁ,
à ପଇସା
ପାଇଁ ଛୁଆକୁ ଚାକରାଣୀ ହାତରେ ଟେକିଲେ,
à ରାମ
ରାମ, ରାଧେ ରାଧେ, ଜୟ ଶ୍ରୀକୃଷ୍ଣ ବୋଲିବା ଛାଡିଲୁ,
à ବୟୋଜ୍ଯେଷ୍ଠଙ୍କୁ
ସମ୍ମାନ ଓ ଚରଣ ସ୍ପର୍ଶ କରିବା ଭି ଛାଡିଲୁ |
ଆସ ଆମେ ଏକ ସୁସ୍ଥ ଓ ସ୍ବୟଂସମ୍ପୂର୍ଣ ସମାଜ ଗଢିବା………
ଆମେ ପୁଣି ସେହି ପୂର୍ବପୁରୁଷଙ୍କ ସଂସ୍କାର ଓ ସଂସ୍କୃତିକୁ ବିଲୁପ୍ତ
ହେବାରୁ ବଞ୍ଚାଇବା |
ସପ୍ତାହରେ ଅତି କମରେ ଥରୁଟିଏ ପିଲାଙ୍କ ସହିତ ମନ୍ଦିର/ମଠ/ପ୍ରାର୍ଥନା
ଘର ଯିବା |
ନିଜ ଘରେ ସମସ୍ତେ ପ୍ରାତଃ ସ୍ନାନ ସାରି ପୂଜା ଅର୍ଚ୍ଚନା କରିବା |
ନିଜ ଧର୍ମର ଅମୂଲ୍ୟ ପୁସ୍ତକ ରାମାୟଣ, ମହାଭାରତ ଓ ଶ୍ରୀମଦ୍ଭାଗବତ ଗୀତା
ଅଧ୍ଯୟନ କରିବା |
ଅନ୍ୟ ଧର୍ମ ଗ୍ରହଣ କରିବା ଅପେକ୍ଷା ନିଜ ଧର୍ମ ଆଚରଣ କରି ମୃତ୍ଯୁ ବରଣ
କରିବା ଶ୍ରେୟସ୍କର ଅଟେ |
ଥରୁଟିଏ ସେହି ଶ୍ରୀମଦ୍ଭାଗବତ ଗୀତାର ଏକ ସୁନ୍ଦର
ବାଣୀ ମନେପକାନ୍ତୁ –
”ସ୍ୱଧର୍ମେ
ନିଧନମ୍ ଶ୍ରେୟଃ ପର ଧର୍ମ ଭୟାବହ”
No comments:
Post a Comment