Search This Blog

05 November 2021

ସ୍ବପ୍ନରେ ତାରା

 ଷ୍ଟାର୍ ଡ୍ରିମ୍

ସେଦିନ ସପନର ବଣିକ ସାଜି ସାତ ଦରିଆ ପାର ହେଇ ଅନେକଦୂର ଚାଲିଆସିଥିଲି। ଯାଭା, ବୋର୍ଣ୍ଣିଓସୁମାତ୍ରା ଏମିତି ଅନେକ ଦରିଆ ଗୋଟିଏ ପରେ ଗୋଟିଏ ଅତିକ୍ରମ କରି ପହଞ୍ଚିଯାଇ ଥିଲି ସେହି ଗନ୍ତବ୍ୟ ସ୍ଥାନରେ ଯାହାକୁ ପ୍ରତୀକ୍ଷା କରିଥିଲି ଅନେକ ସମୟରୁ । 

ବୁଢିଆଣୀର ଖିଅ ପରି ଏକ ଏକ କରି ଅନେକ ଭାବନା ମନରେ ଉଦ୍ରେକ ହେଉଥାଏ।  କଣ ସତରେ ମୋ ସ୍ବପ୍ନର ସତ୍ଯତା ମୁଁ ପାଇଯିବି? ହଁ, କାହିଁକି ବା ନୁହେଁ।


ଅତୀତରୁ ଆଜିଯାଏ ଯାହା ମୁଁ ପାଇଛି ସେ ସବୁତ ଗୋଟିଏ ଗୋଟିଏ ସ୍ବପ୍ନର ଆଧାରଶୀଳା ଥିଲା । ଆକାଶର ତାରାମାନେ ତ ସେ ସବୁର ମୁକ ସାଖି ।

ଆମେ ସମସ୍ତେ ତିନୋଟି ଅବସ୍ଥା ସମ୍ବନ୍ଧରେ ଅବଗତ

ଚେତନ (conscious), ଅବଚେତନ (subconscious) ଓ ଅଚେତନ (unconscious)


ବିଜ୍ଞାନ ଅନୁସାର ଆମର ଅବଚେତନ କେବେବି ସୁଶୁପ୍ତ ଅବସ୍ଥାକୁ ଯାଏନାହିଁ ଅର୍ଥାତ ଶୋଇ ନଥାଏ, ଯହାପାଇଁ ଆମେ ସ୍ବପ୍ନ ଦେଖୁଥାନ୍ତି ।


ଧାର୍ମିକ ମତ ଅନୁସାର ଯଦି ଆମେ ରାତିରେ ସ୍ବପ୍ନରେ ତାରା ଦେଖନ୍ତି ତେବେ ଆମେ ଯାହାକିଛି ମନରେ ଭାବିଥାଉ ସେସବୁ ସତ ହେଇଥାଏ। ଆମ ମନରେ ଯାହାକିଛି ଇଛ୍ଛା ଥାଏ ସେସବୁ ବହୁତ ଜଲ୍ଦି ପୁରା ହେଇଥାଏ।  ଏମିତି ସ୍ବପ୍ନ ଆସିଲେ ଖୁବଶୀଘ୍ର ସୁଖ ଓ ସମୃଦ୍ଧି ପ୍ରାପ୍ତ ହୁଏ। 


ଏହା ନିର୍ଭର କରିଥାଏ ଆମେ ସ୍ବପ୍ନରେ କଣ ଦେଖିଛନ୍ତି । ଯଦି ଷ୍ଟାର୍ ଡ୍ରିମ୍ ଦେଖୁଥାନ୍ତି, ତେବେ ଖୁବଶୀଘ୍ର ଫଳପ୍ରଦ ହେବାର ସମ୍ଭାବନା ଥାଏ । ଆଶାତୀତ ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳେ । 


   :-
ପ୍ରହ୍ଲାଦ:-


No comments: