Search This Blog

05 November 2021

ଆନନ୍ଦ ବଜାରେ ଭିଡ

 🏺କୈବଲ୍ୟ ହାଟରେ ଭିଡ🏺

ଭାଇ ଲାଗିଛିରେ ଭିଡ
କଉଠି .....?
ହଁ, କଉଠି ......??
ଆନନ୍ଦ ବଜାରେ .......
ଆନନ୍ଦ ବଜାରେ ଆଜି ଲାଗିଛି ଭିଡ ।🙏

ଭକତର ତାତ ସେ ଜଗନ୍ନାଥ ଭକତ ଲାଗି ଖୋଲିଛି ହାଟ,
ଅଭଡା କୁଡୁଏଟି ପାଇଁ ତା ହାଟରେ ଲାଗିଛି ବହୁତ ଭିଡ ।
ଅଭଡା ହେଉ କି କୈବଲ୍ୟ ହେଉ
ତୁଣ୍ଡରେ ନେଇ ସବୁ ଦୁଃଖ ଯାଉ,
ହେ! କାଳିଆ ସାଆନ୍ତ ମହାବାହୁ
ତୋ ହାଟେ ଏମିତି ଭିଡ ଜୀବନ ସାରା ଲାଗିଥାଉ ।🙏

ତୋ ଟଙ୍କ ତୋରାଣିରେ ମନ ରେ କାଳିଆ ତୋ ଖେଚୁଡି ଆମ୍ବିଳ
ନିର୍ମାଲ୍ଯ ଦେଇ ସଖା କରିଛି ତତେ ରଖିବୁ ମାନ ମହତ ସକଳ।
କନିକା ହେଉ କି ବେସର ହେଉ
ମୁଣ୍ଡେ ମାରି ତୁଣ୍ଡରେ ଖାଉଥାଉ,
ହେ ଚକାଆଖି ନାଟୁଆ ଚଉବାହୁ
ତୋ କୈବଲ୍ୟ ହାଟେ ମହାପ୍ରସାଦ ଖାଇ ଜୀବନ ମୋ ଯାଉ ।🙏


No comments: